କେନ୍ଦ୍ରାପଡ଼ା ଆଳିରେ ମାତିଛି ଯୌତୁକ ଜହ୍ଲାଦ ।

କେନ୍ଦ୍ରାପଡ଼ା:  ଆଳିରେ ମାତିଛି ଯୌତୁକ ଜହ୍ଲାଦ । ସ୍ୱାମୀ ଘରେ ନଥିବା ସୁଯୋଗରେ ଗର୍ଭବତୀ ସ୍ତ୍ରୀ ଉପରେ ଶଶୁର ଦେଢଶୁରଙ୍କ ଅସହ୍ୟ ନିର୍ଯାତନା । ଶଶୁର ମାତିଲା , ଦେଢଶୁର ପିଟିଲା । ଅଧ ରାତିରେ ବୋହୂ ଶୋଇଥିବା ବେଳେ ଜହ୍ଲାଦ ଶଶୁର କବାଟ ଖୋଲ କହି ବୋହୂକୁ ଡ଼ାକିଲୋ । ବୋହୂ କବାଟ ଖୋଲିବା ପରେ ଶଶୁର ଠାରୁ ଶାଶୁ ଦେଢଶୁର ଠାରୁ ଜାଆ ମିଳି ମିଶି ମାରି ଚାଲିଲେ । ପ୍ରଥମେ ଦେଢଶୁର ମାଡ଼ ଆରମ୍ଭ କରିଥିବା ବେଳେ ଶାଶୁ ପାଖରେ ଶେଷ ହୋଇଥିଲା ମାଡ଼ । ଶାଶୁଘର ଲୋକଙ୍କ ମାଡ଼ରେ ଗର୍ଭବତୀ ବୋହୂ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏପରି ଅମାନବୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ୍ ଜୁଆଣିଆ ଗାଁରେ ଘଟିଥିବା ବେଳେ ହୃଦୟବିଦାରକ ଖରବ ସାରା କେନ୍ଦ୍ରାପଡ଼ାରେ ଚଂଚଲ୍ୟ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ ଗାଁର ମହେନ୍ଦ୍ର ନାଥ ସାହୁଙ୍କ ପୁଅ ମନୋଜ କୁମାର ସାହୁ ଶଶ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ଭଲରେ କଟିଥିବା ବେଳେ ଶଶ୍ମିତାଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । ଯାହା ପାଇଁ ଅନେକ ଥର ଆଳି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଶାଶୁଘର ଲୋକଙ୍କ ଉପରେ କିଛି ପ୍ରଭାବ ପଡ଼ିନଥିଲା ।

ଗତକାଲି ଶଶ୍ମିତାଙ୍କ ସ୍ୱାମୀ ଘରେ ନଥିବା ସୁଯୋଗରେ ଶାଶୁଘର ଲୋକ ଶଶ୍ମିତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବିଶେଷ କରି ଶଶୁର ମହେନ୍ଦ୍ର ନାଥ ଓ ଦେଢଶୁର ମାନସ କୁମାର ସାହୁ ମରଣାନ୍ତକ ଆକ୍ରମଣର ମାଷ୍ଟର ମାଣଣ୍ଡ ଥିବା ଶଶ୍ମିତା ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡ଼ାରୁ ପ୍ରସନ୍ନ ଧଳଙ୍କ ରିପୋର୍ଟ କଳିଙ୍ଗ ଭାସ୍କର । ସ୍ୱାମୀ ଘରେ ନଥିବା ସୁଯୋଗରେ ଗର୍ଭବତୀ ସ୍ତ୍ରୀ ଉପରେ ଶଶୁର ଦେଢଶୁରଙ୍କ ଅସହ୍ୟ ନିର୍ଯାତନା । ଶଶୁର ମାତିଲା , ଦେଢଶୁର ପିଟିଲା । ଅଧ ରାତିରେ ବୋହୂ ଶୋଇଥିବା ବେଳେ ଜହ୍ଲାଦ ଶଶୁର କବାଟ ଖୋଲ କହି ବୋହୂକୁ ଡ଼ାକିଲୋ । ବୋହୂ କବାଟ ଖୋଲିବା ପରେ ଶଶୁର ଠାରୁ ଶାଶୁ ଦେଢଶୁର ଠାରୁ ଜାଆ ମିଳି ମିଶି ମାରି ଚାଲିଲେ । ପ୍ରଥମେ ଦେଢଶୁର ମାଡ଼ ଆରମ୍ଭ କରିଥିବା ବେଳେ ଶାଶୁ ପାଖରେ ଶେଷ ହୋଇଥିଲା ମାଡ଼ ।

ଶାଶୁଘର ଲୋକଙ୍କ ମାଡ଼ରେ ଗର୍ଭବତୀ ବୋହୂ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏପରି ଅମାନବୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ୍ ଜୁଆଣିଆ ଗାଁରେ ଘଟିଥିବା ବେଳେ ହୃଦୟବିଦାରକ ଖରବ ସାରା କେନ୍ଦ୍ରାପଡ଼ାରେ ଚଂଚଲ୍ୟ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ ଗାଁର ମହେନ୍ଦ୍ର ନାଥ ସାହୁଙ୍କ ପୁଅ ମନୋଜ କୁମାର ସାହୁ ଶଶ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ଭଲରେ କଟିଥିବା ବେଳେ ଶଶ୍ମିତାଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । ଯାହା ପାଇଁ ଅନେକ ଥର ଆଳି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଶାଶୁଘର ଲୋକଙ୍କ ଉପରେ କିଛି ପ୍ରଭାବ ପଡ଼ିନଥିଲା । ଗତକାଲି ଶଶ୍ମିତାଙ୍କ ସ୍ୱାମୀ ଘରେ ନଥିବା ସୁଯୋଗରେ ଶାଶୁଘର ଲୋକ ଶଶ୍ମିତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବିଶେଷ କରି ଶଶୁର ମହେନ୍ଦ୍ର ନାଥ ଓ ଦେଢଶୁର ମାନସ କୁମାର ସାହୁ ମରଣାନ୍ତକ ଆକ୍ରମଣର ମାଷ୍ଟର ମାଣଣ୍ଡ ଥିବା ଶଶ୍ମିତା ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡ଼ାରୁ ପ୍ରସନ୍ନ ଧଳଙ୍କ ରିପୋର୍ଟ କଳିଙ୍ଗ ଭାସ୍କର

Share this…
Share on Facebook

Facebook