ସକାଳର ମୁଖ୍ୟ ଖବର…..

୧-ଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ । ଷ୍ଟାଡିୟମରେ ହେଲା ଛକା ଓ ଚୌକାର ବର୍ଷା, ମିଲରଙ୍କ ବିଧ୍ୱଂସୀ ଦକ୍ଷିଣ ଆଫ୍ରିକାକୁ ଦେଲା ବଡ ବିଜୟ

୨-‘ଟ୍ରୁ ଲଭ୍’ ଖୋଜୁଥିବା ଯୁବପିଢିଙ୍କୁ ବାର୍ତ୍ତା। ବିନା ବରରେ ନିଜେ ନିଜକୁ ବିବାହ କଲେ କ୍ଷମା ବିନ୍ଦୁ

୩-ବାରବାଟୀ ବିଭ୍ରାଟ: ଟିକେଟ୍‌ ପାଇଁ ମାଡ଼ ଖାଇଲେ, ଭିଆଇପି ନେଇଗଲେ ୩୨ ହଜାର, ୧୨ ହଜାର ପାଇଁ ବାଡ଼ାବାଡ଼ି ।

୪-ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଇ ଜଣ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ଧରିବା ପରେ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ନିର୍ଘାତ ମାଡ଼ ମାରିବା ପରେ ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ।

୫-ସପ୍ତାହରେ ୪ ଦିନ କାମ ୩ ଦିନ ଛୁଟି, ବ୍ରିଟେନରେ ୭୦ କମ୍ପାନି ଆରମ୍ଭ କଲେ ଟ୍ରାଏଲ ।

୬-ପାକିସ୍ତାନର ପୂର୍ବତନ ଜାତୀୟ ସଭା ସଦସ୍ୟ ତଥା ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ଆମୀର ଲିଆକତଙ୍କର ରହସ୍ୟମୟ ପରିସ୍ଥିତିରେ କରାଚିରେ ୪୯ ବର୍ଷ ବୟସରେ ଦେହାନ୍ତ ହୋଇଛି।

୭-ପାକିସ୍ତାନରେ ସଂଖ୍ୟାଲଘୁ ଥିବା ହିନ୍ଦୁଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୧.୧୮%

୮-ଥାନାରେ ମାମଲା ପରେ ଓୱେସୀ କହିଲେ, ମୋ ଅପରାଧ କଣ FIRରେ ଲେଖାଯାଇ ନାହିଁ, ପୁଲିସ ବାଲାନ୍ସବାଦୀ ନୀତି ଆପଣାଉଛି

୯-ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ତାଙ୍କ ଦୀର୍ଘ ଦିନର ପ୍ରେମିକ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

୧୦-ନିର୍ବାଚନ ଆୟୋଗ (ECI) ଦେଶରେ ୧୬ ତମ ରାଷ୍ଟ୍ରପତି ନିର୍ବାଚନ ଘୋଷଣା କରିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅନୁଯାୟୀ, ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ।

୧୧-ବେଆଇନ୍ ଲୋନ୍ ଆପ୍ସରେ ଠକେଇ ନେଇ ଗୁଗଲକୁ ଚିଠି ଲେଖିଲା ଓଡ଼ିଶା ପୁଲିସ ।

୧୨-ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଗଂରେ ନାଗାର୍ଜୁନ ବେଶ ପଟଚିତ୍ର ପ୍ରଦର୍ଶନ କଲେ ପୁରୀ ପୁଅ ଚିନ୍ମୟ ।

୧୩-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପାଇଁ ପଦକ୍ଷେପ ନେବାକୁ ବୀମା କମ୍ପାନି, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀଙ୍କୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦେଶ ଦେଇଛନ୍ତି।

୧୪-ଦେଢ଼ବର୍ଷରେ ଭିଜିଲାନ୍ସ ଜାଲରେ ୩୩ ପୁଲିସ, ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ୧୮ ।

୧୫-ବଲାଙ୍ଗୀରରେ ଅଗ୍ନିବର୍ଷା: ୪୫ ଡିଗ୍ରି ଅତିକ୍ରମ କଲା ତାପମାତ୍ରା ।

୧୬-ପବ୍ଲିସିଟି ପାଇଁ ସଲମାନଙ୍କୁ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ଗିରଫ ପରେ ମହାକାଳ କଲା ଖୁଲାସା ।

୧୭-ବ୍ରହାସ୍ତ୍ର’ରୁ ଆସିଲା ଅମିତାଭଙ୍କ ଫାଷ୍ଟ ଲୁକ୍, ଗୁରୁ ରୂପରେ ନଜର ଆସିଲେ ବିଗ ବି ।

୧୮-ଜୀବନ ଯୁଦ୍ଧରେ ଲଢୁଛନ୍ତି ଅଭିନେତ୍ରୀ ମହିମା ଚୌଧୁରୀ । ବରିଷ୍ଠ କଳାକାର ଅନୁପମ ଖେର ଜାରି କଲେ ଭାବବିହ୍ୱଳ ଭିଡିଓ । ।

୧୯-ଦେଶରେ ଉପରମୁହାଁ କରୋନା ସଂକ୍ରମଣ: ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

୨୦-ପାକିସ୍ତାନର କରାଚୀ ସହରରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ଦେବତାଙ୍କ ମୂର୍ତ୍ତି ଭଙ୍ଗାରୁଜା କଲେ ଦୁର୍ବୃତ୍ତ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook