ମନ୍ଦିରରୁ ଚୋରି କରି ବନ୍ଧା ଦେଲେ ଅଭିଯୁକ୍ତ

ଧରାକୋଟ;  ମନ୍ଦିରରୁ ଚୋରି କରି ବନ୍ଧା ଦେଲେ ଅଭିଯୁକ୍ତ । ରବିବାର ଦିନ ଦୁର୍ବୃତମାନେ ଧରାକୋଟ ଥାନା ଜଗମୋହନ ଗାଁର ଦୁଇଟି ମନ୍ଦିରରୁ ଠାକୁରଙ୍କ ସୁନା ରୂପା ଅଳଙ୍କାର ଲୁଟି ନେଇଥିଲେ । ଯାହାକୁ ନେଇ ମନ୍ଦିର ପଚିଚାଳଣା କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଅଭିଯୋଗକୁ ଅଧାର କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଡ଼ଗ ସ୍କାର୍ଡ଼ ଓ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହା ସହିତ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଫରୁୱାର୍ଡ଼ କରିଥିବା ବେଳେ ଜବତ ଅଳଙ୍କାରକୁ ମନ୍ଦିର କମିଟିକୁ ହସ୍ତାନ୍ତର କରିଛି ।

Share this…
Share on Facebook

Facebook