ଗୋଟାଏ ଶ୍ରେଣୀରେ ,୨ଟା କ୍ଲାସ ।୫ଟି ଶ୍ରେଣୀକୁ ୨ଟି ଶିକ୍ଷକ

ବାଲେଶ୍ୱର. ଗୋଟାଏ ଶ୍ରେଣୀରେ ,୨ଟା କ୍ଲାସ । ଯେଉଁ ଶ୍ରେଣୀରେ ବିଜ୍ଞାନ ,ସେହି ଶ୍ରେଣୀରେ ସାହିତ୍ୟ । ଖାଲି ସମସ୍ୟା ଏତିକିରେ ଅଟକିନି ଏଠି ୫ଟି ଶ୍ରେଣୀକୁ ୨ଟି ଶିକ୍ଷକ, କେତେ ବେଳେ ଉଠିଆ ତ କେତେ ବେଳେ ପଡ଼ିଆ । ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ-ଏ ଦୃଶ୍ୟ କେଉଁ ଉପାନ୍ତର ନୁହେଁ ଉପକୂଳ ତଥା ରାଜ୍ୟ ବିକାଶ ଶାଳାର ମୁଖ ଦ୍ୱାର ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରଫାୟତପୁର ଉନ୍ନତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ଥିବା ବେଳେ ୧୫୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । କିନ୍ତୁ ସ୍କୁଲରେ ଉନ୍ନତମାନର ଭିତିଭୂମି କଥା ଛାଡ଼ନ୍ତୁ ମାତ୍ର ଗ୍ରାମବାସୀ ପକ୍କା ଘର ଟିଏ ଓ ସ୍ଥାଇ ଶିକ୍ଷକ ନିଯୁକ୍ତ ପାଇଁ \’ବାରଦୁଆର ସୁଡ଼ିପିଡ଼ା\’ । ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ଗୁହାରୀ କରି ଥକି ପଡ଼ିଲେଣି ଗ୍ରାମବାସୀ । ଏପରି ସ୍ଥିତିରେ ହିନସ୍ତା ଛାତ୍ରଛାତ୍ରୀ, କିନ୍ତୁ ଆଖିରେ ପୁଟୁଳି ବାନ୍ଧି ବସିଛନ୍ତି କର୍ତୃପକ୍ଷ
ବାଇଟ-
ସ୍କୁଲର ସମସ୍ୟା ଏମିତି ନୁହେଁ ଯେ ଖବର କାହାଁ ପାଖରେ ପହଂଚିନି । ସ୍ଥାନୀୟ ସରପଂଚ ଠାରୁବିଧାୟକ, ବିଭାଗୀୟ ଅଧିକାରୀ ଙ୍କ ଠାରୁ ଜିଲ୍ଲାପାଳ ସମସ୍ତଙ୍କ ପାଖରେ ଖବର ଅଛି । ମାତ୍ର ଚେଇଁ ଶୋଇଲା ନୀତିରେ ତଳ ଠାରୁ ଉପର ଆମ ବାବୁ ବାବୁଆଣୀ । ଖାସ୍ ଏଇଥି ପାଇଁ ଗ୍ରାମବାସୀ ଯେତେ ଗୁହାରୀ ଅଭିଯୋଗ କଲେ ମଧ୍ୟ ଗୋଟାଏ କାନରେ ପଶି ଗୋଟାଏ କାନରେ ବାହାରି ଯାଉଛି । କିନ୍ତୁ ଏଥର ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଗୋଟାଏ ଦାବି , ଆମ ନାର୍ଯ୍ୟ ଦାବି ପ୍ରଶାସନ ତୁମେ ମାନି ନିଅ । ନହେଲେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ବିରୋଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।
ବାଇଟ-୧ଶିକ୍ଷକ
ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜକୋଷରୁ ଶହଶହ କୋଟି ଖର୍ଚ୍ଚ ହେଉଛି । ଯାହାର ତଦାରଖ ୫ଟି ସଚିବ କରୁଛନ୍ତି । ଯାହା ପାଇଁ ଘନଘନ ଗସ୍ତ, ନିର୍ଦେଶ ,ତଦନ୍ତ ଚାଲୁଛି ମାତ୍ର ବେତିକ୍ରମ କେଉଁଠି , କେଉଁ ସରକାରୀ ବାବୁଙ୍କ ପାଖରେ ଅଟକିଛି ରାଜ୍ୟ ଶିକ୍ଷାର ବିକାଶ । ଯାହା ପାଇଁ ବଦନାମ ବିଭାଗୀୟ କର୍ତୃପକ୍ଷ । ଯଦି ସରକାର ସଠିକ ତଦନ୍ତ କରନ୍ତେ ତେବେ ଯୋଜନା ସଫଳ ରୂପାୟନ ହୋଇ ପାରନ୍ତା । ବ୍ୟୁରୋ ରିପୋର୍ଟ

Share this…
Share on Facebook

Facebook