ସତ୍ୟବ୍ରତ ଦାସ ହତ୍ୟାକାଡ଼ ମାମାଲା । ପୋଲିସ ଜାଲରେ ଛନ୍ଦିହେଲେ ୭ହତ୍ୟାକାରୀ

ଚାନ୍ଦିପୁର ରୋଡ଼ ସତ୍ୟବ୍ରତ ଦାସ ହତ୍ୟାକାଡ଼ ମାମାଲା । ପୋଲିସ ଜାଲରେ ଛନ୍ଦିହେଲେ ୭ହତ୍ୟାକାରୀ । ବ୍ୟବସାୟୀକ ଟଙ୍କା କରବାର ଓ ଜମିଜମା ବିବାଦରୁ ହତ୍ୟା କରାଯାଇଥିବା ପୂର୍ବାଚଂଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିବା ପରେ ସାମ୍ବାଦିକ ସମ୍ମିଳନୀରେ ଆଇଜି ଶ୍ରୀଯୁକ୍ତ ମିଶ୍ର ହତ୍ୟାକାଡ଼ର ଫର୍ଦାଫାସ କରିଛନ୍ତି । ଏହି ହତ୍ୟାକାଡ଼ରେ ମୁଖ୍ୟ ଅଭିଯୁକ୍ତ ପଶ୍ଚିମବଙ୍ଗର ଆନ୍ନା ଥିବା ବେଳେ ଅନ୍ୟ ୬ ଅଭିଯୁକ୍ତ ବାଲେଶ୍ୱର ଓ ଭଦ୍ରକ ଅଂଚଳର ହୋଇଥିବା ଜଣାପଡ଼ିଛି ।

ଏହି ମାମଲାରେ ଅଭିଯୁକ୍ତମାନେ ପିଲ୍ମ ଷ୍ଟାଇଲ ଆପଣାଇଥିଲେ । ହତ୍ୟା କରି ଅଭିଯୁକ୍ତ ମାନେ ମୃତ ଦେହ ପାଖରେ ମିଛି ମିଛି କା କାନ୍ଦିବାର ଅଭିନୟ କରିବା ସହ ସମବେଦନା ଜଣାଇଥିଲେ । ବିଶେଷକରୀ ସତ୍ୟବ୍ରତ ନବ ରାୟ ପାଖରେ କାର୍ଯ୍ୟ କରିବା ସହ ତାଙ୍କର ମଦ ଦୋକାନକୁ ବୁଝାସୁଝା କରୁଥିଲେ । ଏହି ସମୟରେ ନବ ନିକଟରୁ ଆନ୍ନା ୩ଟି ପ୍ଲଟ୍ କିଣିଥିଲେ । ଏହି ପ୍ଲଟ କିଣା ବିକାରେ ଟଙ୍କା ଆତ୍ମସାତ କରିଥିବା ସନ୍ଦେହରେ ହତ୍ୟାକାଣ୍ଡର ବ୍ଲୁ-ପ୍ରିଂଟ ପ୍ରସ୍ତୁତି କରିଥିବା ଆଇଜି ସୂଚନା ଦେଇଛନ୍ତି ।

 

Share this…
Share on Facebook

Facebook