୧୩ରେ ବାଚସ୍ପତି ନିର୍ବାଚନ

ରାଜ୍ୟରେ ନୂତନ-ମନ୍ତ୍ରୀମଣ୍ଡଳ ଗଠନ ପରେ ଏବେ ବାଚସ୍ପତିଙ୍କ ପାଳି । ନିର୍ବାଚନ ତାରିଖ ଘୋଷଣା ପରେ ପୁଣି ଥରେ ନବୀନ ନିବାସ ଠାରୁ ବିଧାନସଭା ଚଂଳଚଂଳ ହୋଇଛି । ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏବେ ବିଜେଡ଼ି ବରିଷ୍ଠ ନେତାଙ୍କ ଭାଗ୍ୟରେ ଝୁଲୁଛି ବାଚସ୍ପତି ପଦ । କେଉଁ ବରିଷ୍ଠ ନେତାଙ୍କ ଝୁଲାକୁ ଏହି ଦପ ଯିବ ସମସ୍ତଙ୍କ ନଜର ରହିଥିବା ବେଳେ ନବୀନଙ୍କ ଚୟନ କାର୍ଡ଼ କାହାଁ ପାଖକୁ ଯାଉଛି ତାହା କଳ୍ପନା ଜଳ୍ପନା ମଧ୍ୟରେ ରହୁଛି । ଆସନ୍ତା ୧୩ ତାରିଖରେ ବାଚସ୍ପତି ନିର୍ବାଚନତାରିଖ ହେଉଥିବା ବେଳେ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପାଇଁ ଧାର୍ଯ୍ୟ କରାଯାଇଛି । ଯେଉଁ ଥି ପାଇଁ ମୁଖିଆଙ୍କ ହାତରେ କମ ସମୟ ଥିବା ବେଳେ ନିର୍ବାଚନ ତାରିଖ ନିକଟତର ହୋଇଛି ।
ସୂର‌୍ୟ୍ୟପାତ୍ରଙ୍କ ପରେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପରବର୍ତ୍ତୀ ବାଚସ୍ପତି ଦୌଡରେ ସବୁଠାରୁ ଆଗରେ ଅଛନ୍ତି . ବିକ୍ରମ କେଶୋରୀ ଆରୁଖ, ନିରଞ୍ଜନ ପୂଜାରୀ, ଅମର ଶତପଥୀ, ପ୍ରଦୀପ ଅମାତ ଓ ଶଶି ଭୁୂଷଣ ବେହେରା ।
ବିକ୍ରମ କେଶୋରୀ ଆରୁଖ ନବୀନଙ୍କ ମନ୍ତ୍ରୀମଡ଼ଳରେ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ତୁଲାଇଥିବା ବେଳେ ନିକଟରେ ଜଙ୍ଗଲ ପରିବେଶ ମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ । ଦଳରେ ବହୁ ବରିଷ୍ଠ ନେତା ବାଚସ୍ପତି ରେସରେ ଥିବା ବେଳେ ଆରଖୁ ସବା ଆଗରେ ଥିବା ଚର୍ଚ୍ଚା ହେଉଛି
ଯଦି ଆମେ ନିରଞ୍ଜନ ପୁଜାରୀଙ୍କ କଥା କଥା କହିବା ତେବେ ସେ ୨୦୧୪ ରୁ ୨୦୧୭ ପର‌୍ୟ୍ୟନ୍ତ ରାଜ୍ୟ ବିଧାନସଭାର ବାଚସ୍ପତି ଭାବେ ଦାୟୀତ୍ୱ ତୁଲାଇଛନ୍ତି । ୨୦୧୭ ରେ ତାଙ୍କୁ ବାଚସ୍ପତି ପଦରୁ ହଟାଇ ମନ୍ତ୍ରୀ ମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର ମନ୍ତ୍ରୀ କରାଯାଇଥିଲା । ହେଲେ ଅର୍ଥମନ୍ତ୍ରୀ ଭାବେ ସେ ଭଲ ପ୍ରଦର୍ଶନ କରିପାରି ନଥିବାରୁ ତାଙ୍କୁ ପୁୂଣି ବାଚସ୍ପତି ପଦରେ ବସାଯାଇ ପାରେ ବୋଲି ଅନୁମାନ କରାଯାଉଛି ।

ବାଚସ୍ପତି ଦୌଡରେ ଦ୍ୱିତୀୟରେ ରହିଛନ୍ତି ବଡଚଣା ବିଧାୟକ ଅମର ଶତପଥି । ଅମର ଶତପଥୀ ୧୯୯୦ ମସିହାରେ ପ୍ରଥମଥର ପାଇଁ ଜନତାଦଳ ଟିକେଟରୁ ବିଧାୟକ ହୋଇଥିଲେ । ଏହାପରେ ୨୦୦୪-୨୦୦୯ ପର‌୍ୟ୍ୟନ୍ତ ଛାଡିଦେଲେ ସେ କେବେ ପରାଜୟ ସ୍ୱୀକାର କରି ନାହାଁନ୍ତି । ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ୨୦୦୦-୨୦୦୦୨ ପର‌୍ୟ୍ୟନ୍ତ କୃଷିମନ୍ତ୍ରୀ ଭାବେ କାର‌୍ୟ୍ୟ କରିଛନ୍ତି । ଏହା ବ୍ୟତୀତ ସେ ୨୦୧୭-୨୦୧୯ ପର‌୍ୟ୍ୟନ୍ତ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ । ଏସବୁ ଅଭିଜ୍ଞତାକୁ ଭିତ୍ତି କରି ନବୀନ ପଟ୍ଟନାୟକ ତାଙ୍କୁ ବାଚସ୍ପତି ପଦ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବାଚସ୍ପତି ଦୌଡରେ ବି ରହିଛନ୍ତି ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ । ରାଜ୍ୟ ବିଧାନସଭାରେ ଦୁଇ ଦୁଇଥର ବାଚସ୍ପତି ହୋଇଥିବା ପ୍ରଦୀପ ଅମାତ ଏବେ ନବୀନଙ୍କ ଗୁଡବୁକରେ । ୨୦୦୯ ରୁ ୨୦୧୪ ଓ ଦ୍ୱିତୀୟ ପାଳିରେ ୨୦୧୭-୨୦୧୯ ପର‌୍ୟ୍ୟନ୍ତ ସେ ରାଜ୍ୟ ବିଧାନସଭାରେ ବାଚସ୍ପତି ପଦ ସମ୍ଭାଳି ଥିଲେ । ତେଣୁ ତାଙ୍କୁ ପୁଣିଥରେ ବଚସ୍ପତି ଆସନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେଡି ରାଜନୀତିର ପୁରୁଖା ନେତା ତଥା ନବୀନଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା ବି ବାଚସ୍ପତି ଦୌଡରେ ଅଛନ୍ତି । ଯଦି ନବୀନ ପଟ୍ଟନାୟକ ଦଳିତ କାର୍ଡ ଖେଳିବାକୁ ଇଚ୍ଛା କରନ୍ତି ତେବେ ବାଚସ୍ପତି ପଦ ପାଇଁ ପ୍ରଥମ ନାମ ହେଉଛି ଶଶିଭୂଷଣ ବେହେରା । ଚଳିତ ମନ୍ତ୍ରୀମଣ୍ଡଳରେ ସେ ସ୍ଥାନ ପାଇ ନଥିବାରୁ ବିଜେଡି ସୁପ୍ରିମୋ ତାଙ୍କୁ ସନ୍ତୋଷ୍ଟ କରିବାକୁ ବାଚସ୍ପତି କିମ୍ବା ଉପ-ବାଚସ୍ପତି ପଦ ଦେଇ ପାରନ୍ତି ।

ଏସବୁ ଭିତରେ କିନ୍ତୁ ଅନ୍ୟ ଏକ ଆଲୋଚନା ବି ଜୋର ଧରିଛି । କାରଣ ସର୍ବଦା ନିର୍ଣ୍ଣାୟକ ମୋଡରେ ନବୀନ ମାଷ୍ଟର ଷ୍ଟ୍ରୋକ ଖେଳି ଆଲୋଚକ ଓ ସମୀକ୍ଷକଙ୍କୁ ମାତ ଦେଇଥାନ୍ତି । ସେହି କ୍ରମରେ ଯଦି ଦେଖିବା ତେବେ ଜଣେ ମହିଳାଙ୍କୁ ବାଚସ୍ପତି ଆସନରେ ବସାଇ ନବୀନ ମହିଳା କାର୍ଡ ଖେଳି ପାରନ୍ତି । ଏନେଇ ସବୁଠାରୁ ଆଗରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବିଧାସଭାରୁ ୬ ଥର ବିଧାୟକ ହୋଇଥିବା ଓଷା ଦେବୀ । କେବଳ ବିଧାୟକ ନୁହେଁ ସେ ୨୦୧୧ ରୁ ୨୦୧୯ ପର‌୍ୟ୍ୟନ୍ତ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀପଦ ବି ସମ୍ଭାଳି ଛନ୍ତି । ତେଣୁ ୨୦୧୯ ନିର୍ବାଚନରେ ନବୀନ ଯେଭଳି ମହିଳା କାର୍ଡ ଖେଳି ସଫଳ ହୋଇଥିଲେ ସେହି କଥାକୁ ନଜର କଲେ ମୁଖ୍ୟମନ୍ତ୍ରୀ ଓଷା ଦେବୀଙ୍କୁ ବି ବାଚସ୍ପତି ପଦ ଦେଇ ପାରନ୍ତି ।

Share this…
Share on Facebook

Facebook