ମହାନଦୀ ମଝିରେ ଫସିଲେ ୨ ହାତୀ

ଆଠଗଡ଼; ମହାନଦୀ ମଝିରେ ଫସି ରହିଛନ୍ତି ୨ ହାତୀ । ସେମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ବି କୂଳକୁ ଆସୁ ନାହାନ୍ତି ହାତୀଦ୍ୱୟ । ଫଳରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ବନ ବିଭାଗ ପାଇଁ ଏକ ପ୍ରକାର ଚଲେଞ୍ଜ ହୋଇଛି। କିଛି ଦିନ ପୂର୍ବେ ବାଙ୍କୀ ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ୨ଟି ହାତୀ ଉପଦ୍ରବ କରୁଥିଲେ ଓ ଫସଲ ଖାଉଥିଲେ। ମାତ୍ର ଡମପଡ଼ା ଅଞ୍ଚଳରେ ଫସଲ ସରିଯିବା ପରେ ସେମାନେ ମହାନଦୀ ପାର ହୋଇ ଆଠଗଡ଼ ସୁକାଶନ ଜଙ୍ଗଲକୁ ଯାଇଥିଲେ। ଆଜି ସେମାନେ ସୁକାଶନ ଜଙ୍ଗଲରୁ ଡମପଡ଼ା ଚନ୍ଦକା ଅଭୟାରଣ୍ୟକୁ ଫେରୁଥିଲେ।

ହାତୀଦ୍ୱୟଙ୍କୁ କୂଳକୁ ଆଣିବାକୁ ବନ ବିଭାଗ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ମାତ୍ର ସେମାନେ କୂଳମୁହାଁ ହେଉଥିବା ବେଳେ ଲୋକ ଭିଡ଼ ଦେଖି ଭୟଭୀତ ହୋଇ ପୁଣି ଥରେ ପାଣି ଭିତରକୁ ପଳାଇ ଯାଉଛନ୍ତି।  ଅପରପକ୍ଷେ, ଲୋକ ଭିଡ଼କୁ କମାବା ପାଇଁ ପୁଲିସ୍‌ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।  ବନ ବିଭାଗ ସେମାନଙ୍କ ଗତିବିଧୀ ଉପରେ ନଜର ରଖିଛି।

Share this…
Share on Facebook

Facebook