ରାସ୍ତା ଉପରେ ଉଠିଲା ପ୍ରଶାସନ ବିରୋଧି ସ୍ୱର ।

କାମାକ୍ଷାନଗର; ରାସ୍ତା ଉପରେ ଉଠିଲା ପ୍ରଶାସନ ବିରୋଧି ସ୍ୱର । କିଏ କହୁଛି ଅପାରଗ ପ୍ରଶାସନ ହାଏ ହାଏ , କିଏ କହୁଛି ଧିକ୍ ଧିକ୍ । ରାସ୍ତା ଗାଡ଼ିଲା ମାଳମାଳ ଗରା ବାଲଟି, ଧା ରଣାରେ ବସିଲେ ଶତାଧିକ ଗ୍ରାମବାସୀ । ଢେଙ୍କାନାଳ କାମାକ୍ଷାନଗର ଦେହୁରୀ ସାହିରେ ପାଣି ପାଇଁ ପ୍ରଳୟ ସୃଷ୍ଟି ହୋଇଛି ।

ଶୋଷ ଏଠି ଏମିତି ଅଣାୟତ ହୋଇଛି ଗ୍ରାମର ପିଲା ଠାରୁ ବୁଢା ଶିଶୁ ଠାରୁ ମହିଳା ରାସ୍ତାକୁ ଆସି ପ୍ରଶାସନ ବିରୋଧି ସ୍ୱର ଉଠାଇବାକୁ ବାଧ୍ୟ ହୋଇଛି । ୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରି ଶୋଇଲା ପ୍ରଶାସନକୁ ଉଠାଇ ଦେଇଛି । ରାସ୍ତା ଉପରେ ଏପରି ନରାବାଜୀ କଲେ ନିମିଶକେ ଗାଡ଼ି ଚଳାଚଳ ଯାତାୟତ ଠପ୍ ହେବା ସହ ଜନ ଜୀବନ ଅସ୍ତବ୍ୟସ୍ଥ ହୋଇଥିଲା ।

ଖବର ପାଇଁ ଘଟଣାସ୍ଥଳରେ ଥାନା ଅଧିକାରୀ , ବ୍ଲକ୍ ପ୍ରଶାସକ ବୁଝାସୁଝା କରିବା ପରେ ଖୁବ୍ ଶିଘ୍ର ପାନୀୟ ଜଳର ବ୍ୟବସ୍ଥାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

Share this…
Share on Facebook

Facebook