ନିଖୋଜ ଦାଦନ ର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ।

ନରବଙ୍ଗପୁର; ନିଖୋଜ ଦାଦନ ର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ଗୁରୁବାର ଠାରୁ ନିଖୋଜ ଥିବା ଲୋଚନଙ୍କ ମୃତ ଦେହକୁ ନବରଙ୍ଗପୁର ବୋରିଗୁମ୍ମା ନିକଟରୁ ପୋଲିସ ଉଦ୍ଧାର କରିଛି । ମୃତ ହେହକୁ ପୋଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ବେଳେ, ହତ୍ୟା ନାଁ ଆତ୍ମହତ୍ୟା ପୋଲିସ ତନାଘନା ଚଲାଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ଏହି ରହସ୍ୟମୟ ମୃତ୍ୟୁ ର ତଦନ୍ତ ଗତି ଅଠାକାଠିରେ ପଡ଼ିଛି । ରିପୋର୍ଟ ଅନୁଯାୟୀ ଶ୍ରୀ ଲୋଚନ ମାଝୀ ଘରର ପ୍ରତିପୋଷଣ ପାଇଁ ଆନ୍ଧ୍ରରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ ।

ସ୍ଥାନୀୟ ଦଲାଲ ପଦ୍ମନ ଲୁହାର ଭଲ ବେତନ ଖାଇବା ରହିବା ସୁବିଧା ପ୍ରତିଶୃତି ଦେଇ ଇଟାଭାଟିରେ କାମ କରିବାକୁ ଆନ୍ଧ୍ର ନେଇଥିଲା । ମାତ୍ର କିଛି ଦିନ ଆନ୍ଧ୍ରର ବେଲଗମ ଠାରେ ଭଲରେ କାମ କରୁଥିବା ବେଳେ ଗାଁକୁ ଆସିଥିଲା ପୁଅର ନିଖୋଜ ଖବର । କିନ୍ତୁ ଗତ ଗୁରୁବାର ଦିନ ନିଖୋଜ ଲୋଚନ ମାଝୀର ମୃତ ଦେହ ନବରଙ୍ଗପୁର ବୋରିଗୁମ୍ମା ନିକଟରେ ପୋଲିସ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ତେବେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ତଦନ୍ତ ଜୋରଦାର କରିଛି ।

Share this…
Share on Facebook

Facebook