ରାଗିଗଲେ ସାବିତ୍ରୀ; ଛାଟିଦେଲେ ଗରମ ପାଣି; ଚାଲିଗଲା ବୃଦ୍ଧଙ୍କ ଜୀବନ

କେନ୍ଦ୍ରାପଡ଼ା: କଳିଯୁଗର ସାବିତ୍ରୀ ଘଟଇଲା ମଧ୍ୟଯୁଗୀୟ ବର୍ବର କାଡ଼ । ଗରମ ପାଣି ଫିଙ୍ଗିଲା । ଗୁରୁତର ଅବସ୍ଥାରେ ଡ଼େିମକାଲରେ ଭତ୍ତର୍ତି କରାଗଲା । ଏବେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧଙ୍କର ମୃତ୍ୟୁ ଘଟିଲା । ଏପରି ବର୍ବରଚିତ ଘଟଣା କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଳାଇଲେ ଗାଁରେ ଘଟିଥିବା ବେଳେ ,ଖବର କିନ୍ତୁ ସାରା ଜିଲ୍ଲାରେ ଚଂଚଲ୍ୟ ସୃଷ୍ଟି କରିଛି ।

ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ଗାଁର ସାବିତ୍ରୀ ସେଠୀ ୬୨ ବର୍ଷୀୟ ରବୀନ୍ଦ୍ର ସେଠି ଉପରକୁ ଗରମ ପାଣି ଫିଙ୍ଗି ଦେଇଥିଲେ । ରବିନ୍ଦ୍ର ଙ୍କ ଦେହ ହାତରେ ୮୦ ଭାଗ ପୋଡ଼ି ହୋଇ ହେଇ ଯାଇଥିଲା । ପରିବାର ଲୋକ ସାମାନ୍ୟ ଜମିବାଡ଼ି ବିବାଦରୁ ସାବିତ୍ରୀ ରକ୍ତମୁଖା ହୋଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ମାତ୍ର ପୋଲିସ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ମହାକାଳପଡ଼ା ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ବ୍ୟୁରୋ ରିପୋର୍ଟ କଳିଙ୍ଗ ଭାସ୍କର ।

Share this…
Share on Facebook

Facebook