ଯୌତୁକ ପାଇଁ ମୋ ଝିଅ କୁ ବିଷ ପେଇ ମାରିଦେଲେ ତା ଶାଶୂଘର l

କେନ୍ଦ୍ରାପଡ଼ା-ବାହୁନି କାନ୍ଦୁଛି ମା, ଦେଖିବା ଲୋକର ଆଖିରେ ବି ଲୁହ ରହୁନି l ମଲା ଝିଅର ଫୋଟୋ କୁ ଦେଖି କୋହ ଫାଟି ଯାଉଛି ମା ର l
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନୋଳସାହି ଗାଁ ର ପ୍ରମୋଦ ଓଝା ଙ୍କ ଝିଅ ରଶ୍ମିତା ଓଝା l ବାପ ମା ର ଗୋଟିଏ ମାତ୍ର ଝିଅ ହୋଇଥିବାରୁ ବେଶ ଗେଲ୍ହା ରେ ବଢ଼େଇ ଥିଲେ ବାପାମା l 2017 ମସିହା ରେ ନିକିରାଇ ପାଟଣା ଗାଁ ର ଜଗବନ୍ଧୁ ଓଝା ଙ୍କ ପୁଅ ସୌମ୍ୟ ରଞ୍ଜନ ଓଝାଙ୍କୁ ପ୍ରେମ ବିବାହ କରିଥିଲା ରଶ୍ମିତା l ପାଖା ପାଖି ଦେଢ଼ ବର୍ଷ ପର୍ଯ୍ୟନ୍ତ ସବୁ ଠିକ ଠାକ ଥିଲା ହେଲେ ସତେ ଯେମିତି କଳା ବାଦଲ ଖେଳି ଗଲା ଭଳି ସବୁ କିଛି ଉଲଟ ପାଲଟ ହୋଇଗଲା ରଶ୍ମିତା ଙ୍କ ଜୀବନରେ l
ଧୀରେ ଧୀରେ ନିଶା ଖାଇବା ଆରମ୍ଭ କରିଦେଲା ସ୍ୱାମୀ l ଆଉ ନିଶା ଖାଇ ଯୌତୁକ ଦାବି କରି ଅତ୍ୟାଚାର କରିଚାଲିଲା ନୃଶଂସ ସ୍ୱାମୀ ସୌମ୍ୟରଞ୍ଜନ l ଅତ୍ୟାଚାର ସହି ନ ପାରି ନିଜ ବାପ ଘରକୁ ପଲେଇ ଆସିଲା ରଶ୍ମିତା l ଏହା ପରେ ରଶ୍ମିତାଙ୍କ ଶଶୁର ଆସି ଗାଁ ରୁ କିଛି ଭଦ୍ର ଲୋକଙ୍କୁ ବସାଇ ବୁଝା ସୁଝା କରି ପୁଣି ଘରକୁ ଫେରେଇ ନେଇଥିଲେ l କିନ୍ତୁ ଥରେ ନୁହେଁ ଏଭଳି ଘଟଣା ବାରମ୍ବାର ଘଟୁଥିଲା l

ଗତ 31 ତାରିଖ ରେ ଝିଅ ଘରକୁ ଫୋନ ଆସିଲା ଯେ ରଶ୍ମିତା ବିଷ ଖାଇ ଦେଇଛି ପରିବାର ପକ୍ଷରୁ ମେଡିକାଲ ରେ ପହଁଚି ଦେଖିଲା ବେଳକୁ ଝିଅ କଟକ ବଡ ମେଡିକାଲ ରେ ଆଡିମିଶନ ହୋଇଛି ରଶ୍ମିତା l ସବୁଠୁ ବଡ କଥା ହେଲା ଝିଅ କୁ ମେଡିକାଲ ମେଡିକାଲ ରେ ପକେଇ ଦେଇ ଶାଶୂଘର ଲୋକେ ଫେରାର ହୋଇଯାଇଛନ୍ତି l ଝିଅ ଭାଉଜ ଅଭିଯୋଗ କରିଛନ୍ତି ଯେ ଆମେ ଝିଅ ଠାରୁ ପଚାରି ବୁଝିଲୁ ଯେ ତାକୁ ଯୋର ଜବରଦସ୍ତ ବିଷ ଖୁଆଇ ଦେଇଛନ୍ତି l ଠିକ ଏହାର କିଛିସମୟ ପରେ ଝିଅ ସବୁଦିନ ପାଇଁ ଆଖିବୁଜି ଦେଇଥିଲl l

ଏହା ପରେ ଝିଅ ପରିବାର ପକ୍ଷରୁ ନିକିରାଇ ଥାନାରେ ଝିଅକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି l ଅଭିଯୋଗ କୁ 6 ଦିନ ବିତି ଯାଇଥିଲେ ବି ହାତ ବାନ୍ଧି ବସିଛି ନିକିରାଇ ପୋଲିସ l
ଅନ୍ୟ ପକ୍ଷରେ ଦୋଷୀଙ୍କୁ ଖୁବ ଶୀଘ୍ର ଧରିବ ବୋଲି କହିଛନ୍ତି ଥାନା ଅଧିକାରିଣୀ l

ତେବେ ଆଗକୁ ଦେଖିବାକୁ ବାକି ରହିଲl ମୃତ ରଶ୍ମିତା ଙ୍କ ପରିବାର କୁ କେବେ ମିଳୁଛି ନ୍ୟାୟ l କେବେ ହେଉଛି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ l କଣ ହଉଛି କାର୍ଯ୍ୟାନୁଷ୍ଠାନ l

Share this…
Share on Facebook

Facebook