ମୁଖ୍ୟମନ୍ତ୍ରୀଙ୍କ ତରବରିଆ ସ୍ମାର୍ଟ ସ୍କୁଲ ଉଦଘାଟନ;କାନ୍ଥରେ ପ୍ୟାଚ, ଭଙ୍ଗା କାନ୍ଥରେ ରଙ୍ଗ,ଲକ୍ଷ୍ୟାଧିକ ଟଙ୍କା ଲୁଟପାଟ୍ ଅଭିଯୋଗ !

କେନ୍ଦୁଝର;କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଖଣି ଅଞ୍ଚଳ ଦବୁନା ରେ ଥିବା ଶ୍ରୀ ଗୁପ୍ତେଶ୍ଵର ହାଇସ୍କୁଲ୍ କଥା, ଏଠାରେ ପ୍ଯାଚ୍ ପକାଇ ଫଟା ଦଦରା କୁ ଲୁଚାଇବା ପାଇଁ ଚାଲିଛି ଭରପୁର ପ୍ରୟାଶ , କଥାରେ ଅଛି ଲୁଚିଛି ନା ଗୋଡ ଦୁଇଟା ଦିଶୁ ଚି “ନିତିରେ ଚାଲିଛି ଶ୍ରୀ ଗୁପ୍ତେଶ୍ଵର ହାଇସ୍କୁଲର କାମ, ଯାହାକି 5Tର ସ୍ୱଚ୍ଛତା କୁ ପଦାରେ ପକାଇ ଦେଇଛି।

ପାଖାପାଖି ୩୨ ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚରେ ଦବୁନା ର ଦଲାଲ୍ ଠିକାଦାର ବିନୋଦ ବିହାରୀ ବିଶ୍ବାଳ ସ୍କୁଲ୍ ର କାର୍ଯ୍ୟ ଲାଭ ବାନ ର ସ୍ବପ୍ନ ନେଇ ସରିଥିବା ବେଳେ ନିର୍ମାଣ ଶ୍ରେଣୀଗୃହ କାନ୍ଥ ଫାଟି ଆଁ କରିଥିବା ବେଳେ ଦୋଷ ଲୁଚାଇବା ପାଇଁ ଏଥିରେ ସିମେଣ୍ଟ ବୋଳି ଦୋଷ ଲୁଚାଯାଉଥିବା ବେଳେ ନିର୍ମାଣ କାର୍ଯ୍ୟ ମଧ୍ୟ ଅଧାପନ୍ତରିଆ ହୋଇଥିବା ବେଳେ ତରବର ଭାବରେ ସ୍କୁଲ୍ କୁ ଭର୍ଚୁଆଲି ଏହାକୁ ଉଦ୍ଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

ତେବେ 5Tର ସ୍ଵଛତାକୁ ପଦାରେ ପକାଇଛି ଏହି ଗୁପ୍ତେଶ୍ଵର ହାଇସ୍କୁଲ୍ ।ତେବେ ଅଧା କାମ ହେଇଥିବା ସ୍କୁଲ୍ କୁ ତର ବର ଭାବରେ ଉଦ୍ଘାଟନ କରିବା ପଛ ରେ କି କାରଣ ରହିଛି ତାହା ଜନସାଧାରଣ ପାଇଁ ପ୍ରଶ୍ନବାଚୀ ଶୃଷ୍ଟି କରିଛି। ଏଠାରେ ଜିଲ୍ଲା ପ୍ରଶାସନ ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଜଳ ଜଳ ହୋଇ ଦେଖାଯାଉଥିବା ସହ ଜିଲା ଖଣିଜ ପ୍ରତିଷ୍ଠାନ ର ପାଖାପାଖି ୩୨ ଲକ୍ଷ ଟଙ୍କା କୁ କିପରି ଅପବ୍ୟୟ ହେଉଛି ତାହାର ଜ୍ଵଳନ୍ତ ଉଦାହରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Share this…
Share on Facebook

Facebook