ପାଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଧରିବେ ପଦ୍ମ

ଗୁଜୁରାଟ: ପାଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଧରିବେ ପଦ୍ମ । ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ।  ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଆଜି ବିଜେପିରେ ମିଶି ଏକ ନୂଆ ଶୁଭାରମ୍ଭ କରିବେ ବୋଲି ଟ୍ୱିଟ କରିଛନ୍ତି।

ତେବେ ବିଜେପିରେ ସାମିଲ ହେବା ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ଆଜି ଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଜଣେ ଛୋଟ ସୈନିକ ଭାବେ କାର୍ଯ୍ୟ କରିବି । ଏଣିକି ପ୍ରତି ୧୦ ଦିନରେ କାର୍ଯ୍ୟକ୍ରମ କରିବି ଆଉ ଏଥିରେ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ବିଧାୟକ ଓ କର୍ମୀଙ୍କୁ ଦଳରେ ସାମିଲ କରିବି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ବିଶ୍ୱର ଗୌରବ ପାଲଟିଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ଘରେ ପୂଜାର୍ଚ୍ଚନା କରିଛନ୍ତି ହାର୍ଦ୍ଦିକ ।
ପ୍ରଥମେ କଂଗ୍ରେସରେ ଯୋଗ ଦେଇଥିବା ହାର୍ଦ୍ଦିକ ଆଜି ଗେରୁଆ ଶିବିରରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।   ନିଜର ୧୫ ହଜାର ସମର୍ଥକଙ୍କ ସହ ସେ ଆଜି ବିଜେପିରେ ଯୋଗ ଦେବେ । ଯେଉଁ ବିଜେପି ବିରୋଧରେ ସେ ଅଗ୍ନି ବର୍ଷା କରୁଥିଲେ, ଆଜି ସେମାନଙ୍କ ଶିବିରରେ ସାମିଲ ହେବେ।  ଦିନେ  ଅମିତ ଶାହାଙ୍କୁ ଜେନେରାଲ ଡାୟର ବୋଲି କହିଥିବା ହାର୍ଦ୍ଦିକ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି କହିଛନ୍ତି। ଦିନେ କଂଗ୍ରେସ ହାତ ଥାମିଥିବା ହାର୍ଦ୍ଦିକ ଏବେ କଂଗ୍ରେସକୁ କଟୁ ସମାଲୋଚନା କରୁଥିବା ବେଳେ ବିଜେପିର ନେତୃତ୍ୱ ଓ କାର୍ଯ୍ୟଶୈଳୀକୁ ପ୍ରଶଂସାରେ ପୋତି ପକାଉଛନ୍ତି।

Share this…
Share on Facebook

Facebook