ବକେୟା ପାଉଣା ଦାବି ନେଇ ଥାନାରେ ଏତେଲା ଦେଲେ ମିଟର ରିଡିଂ କର୍ମଚାରୀ ।

ସୋର; ବାଲେଶ୍ବର ଜିଲ୍ଲା ସୋର ବିଦ୍ୟୁତ୍ ବିଭାଗରେ କାମ କରୁଥିବା ମିଟର ରିଡର୍ ମାନଙ୍କୁ ଠକି ଦେଇଛି ଦେଇଛି ସାଇ କମ୍ପ୍ୟୁଟର ନାମକ ଏକ ସଂସ୍ଥା । ୨୦୨୧ ମସିହାରୁ ଟାଟା ପାୱାରରୁ ଫ୍ରଞ୍ଚାଇଜ୍ ନେଇ ମିଟର୍ ରିଡର୍ ମାନଙ୍କୁ ନିଯୁକ୍ତି ଦେଇଥିବା ସାଇ କମ୍ପ୍ୟୁଟର୍ ଠକି ଚାଲି ଯାଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଗତ ତିନି ମାସ ହେଲା ସେମାନଙ୍କର ପାଉଣା ନଦେଇ ଛାଡି ଚାଲି ଯାଇଥିବା ବେଳେ ଟଙ୍କା ମାଗିବାରୁ ଓଲଟି ସାଇ କମ୍ପ୍ୟୁଟର୍ ର କର୍ତ୍ତୃ ପକ୍ଷ ଧମକ୍ ଚମକ୍ ଦେଉଥିବା ସମ୍ପର୍କ ରେ ମିଟର୍ ରିଡର୍ ମାନେ ସୋର ଥାନାରେ ଅଭିଯୋଗ ଦେଇଛନ୍ତି । ଗତ ୨୦୨୧ ଅଗଷ୍ଟ ମାସ ଠାରୁ ସୋର ବିଦ୍ୟୁତ୍ ଜିଭାଗର ମିଟର ରିଡିଂ ଦାଇତ୍ବରେ ଥିବା ସାଇ କମ୍ପ୍ୟୁଟର୍ ମିଟର ରିଡର୍ ମାନଙ୍କୁ ଓଡିଶା ସରକାରଙ୍କ ଦ୍ବାରା ଚୁକ୍ତି ବଦ୍ଧ ହୋଇଥିଲା । TPNODL କମ୍ପାନୀ ରେ ମଧ୍ୟ କାର୍ଯ୍ୟ କରିବାକୁ ମିଟର ରିଡର୍ ମାନଙ୍କୁ ମିଟର୍ ରିଡିଂ ଏବଂ କଲେକ୍ସନ ଦାଇତ୍ବ ଦିଆଯାଇଥିଲା ।

ମାତ୍ର ସାଇ କମ୍ପ୍ୟୁଟର୍ ମିଟର ରିଡିଂ କାର୍ଯ୍ୟ ଛାଡି ଦେଇଥିବା ବେଳେ ମିଟର ରିଡର୍ ମାନଙ୍କର ତିବି ମାସର ବକାୟା ଦରମା ଇନ୍ସୁରାନ୍ସ
ଇପି.ଏଫ୍.ଓ. ଏବଂ ଇ.ଏସ୍.ଆଇ. ବାବଦକୁ ଅର୍ଥ ପ୍ରଦାନ କରିବାହାନ୍ତି । କିନ୍ତୁ ମିଟର ରିଡର୍ ମାନଙ୍କ ପାଉଣା ମାଗିବାରୁ ସେମାନଙ୍କୁ କମ୍ପାନୀ ର ଏଚ୍.ଆର୍. ଓ ଉଚ୍ଚ ପଦାଧିକାରୀ ଗାଳି ଗୁଲଜ କରିବା ସହ ବକେୟା ପାଉଣା ନଦେବାକୁ ରୋକ୍ ଠୋକ୍ ମନା କରିଦେଇଥିଲେ । ଫଳରେ ମିଟର ରିଡର୍ ସେମାନଙ୍କ କାର୍ଯ୍ୟ ଅଧିକାର ଓ ବକେୟା ପାଉଣା ଦାବିରେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।MPX TV ODIA

Share this…
Share on Facebook

Facebook