ପୋଖରୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର l

ସୋର;ପୋଖରୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର l ସୋର ଥାନା ନଟlପଡା ପଂଚାୟତ ତିଳିଦା ଗାଁର ସନାତନ ମଲ୍ଲିକଙ୍କ ପୁଅ ବସନ୍ତ ଗତ ଦୁଇଦିନ ଧରି ନିଖୋଜ ଥିଲା l ସନାତନ ପରିବାର ପକ୍ଷରୁ ବସନ୍ତ ନିଖୋଜ ଥିବାର ସୋର ଥାନାରେ ଅଭିଯୋଗ କରିଥିଲେ l

ଗତ ରାତିରେ ବସନ୍ତର ଶବ ଗ୍ରାମ ରାଧାକୃଷ୍ଣ ପୋଖରୀରେ ଭାସୁଥିବାର ତାର ପରିବାର ପକ୍ଷରୁ ପୋଲିସରେ ଖବର ଦେଇଥିଲେ l ପୋଲିସ ଆଜି ସୋର ଦମକଳ ବାହିନୀ ସହାୟତାରେ ବସନ୍ତ ଶବକୁ ଉଦ୍ଧାର କରି ସ୍ବେଛାସେବୀ ସଂଗଠନ ହେଲପିଂ ହେଣ୍ଡ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଛି l ଯୁବକଙ୍କ ମୃତ୍ୟୁ ନେଇ ତାର ପରିବାର ସନ୍ଦେହ ଅଭିଯୋଗ କରିଛନ୍ତି l mpx news odisha

Share this…
Share on Facebook

Facebook