ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ ।

ବ୍ରଜରାଜନଗର; ଉପନିର୍ବାଚନରେ ୭୧.୯୦ ପ୍ରତିଶତ ମତଦାନ । ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବା ବେଳେ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ ।  ସକାଳ ୭ଟାରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୨୭୯ଟି ବୁଥରେ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା । କେତେକ ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଧାଡି ଲମ୍ବିଥିବାରୁ ସେହି ବୁଥରେ ସନ୍ଧ୍ୟା ୭ଟା ୩୦ ଯାଏଁ ମତଦାନ ହୋଇଛି ।

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଭୋଟର ନିଜ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇ ସାରିଛନ୍ତି । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ଜୁନ ୩ତାରିଖରେ ଗଣତି ହୋଇ ଫଳ ପ୍ରକାଶ ପାଇବ ।

Share this…
Share on Facebook

Facebook