ବ୍ରଜରାଜନଗର ଉପନିର୍ବାଚନ;ସାଢ଼େ ୧୧ଟା ସୁଦ୍ଧା ୩୨ପ୍ରତିଶତ ମତଦାନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସାଢ଼େ ୧୧ଟା ସୁଦ୍ଧା ୩୨ପ୍ରତିଶତ ମତଦାନ ହୋଇଛି । ମୋଟ ୨୭୯ଟି ବୁଥରେ ଚାଲିଛି ମତଦାନ । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।୬୦ ଟି ବୁଥ ସମ୍ବେଦନଶୀଳ ଘୋଷଣା କରାଯାଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ୫୦ ବୁଥରେ ୱେବକାଷ୍ଟିଂ ହେବ । ୩୦ ଟି ମଡେଲ ପୋଲିଂ ବୁଥ ଓ ୫ଟି ପିଙ୍କ୍ ବୁଥ ରହିବ । ତେବେ ଜୁନ୍ ୩ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ କରାଯିବ ।

Share this…
Share on Facebook

Facebook