ନେପାଳ ବିମାନ ଦୁର୍ଘଟଣା:  ମିଳିଲା ସମସ୍ତ ଯାତ୍ରୀଙ୍କ ମୃତଦେହ

ନେପାଳ;  ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି। ରବିବାର ଦିନ ସକାଳ ୯ଟା ୫୫ରେ ତାରା ଏୟାରର ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜମସମ ଯାଉଥିଲା। ଉଡ଼ାଣର ୧୫ ମିନିଟ ପରେ ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ପାଖ ନଦୀ କୂଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଏଥିରେ ୪ ଜଣ ଭାରତୀୟ, ୨ ଜଣ ଜର୍ମାନୀ ନାଗିରକ ଥିଲେ। ବାକି ସମସ୍ତେ ନେପାଳର ନାଗରିକ ଥିଲେ।

ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ଦେଖି ସନ୍ଦେହ କରାଯାଉଛି ଯେ, ବିମାନଟି କୌଣସି ଏକ ପାହଡ ସହ ଧକ୍କା ହୋଇଛି। ଏଥିରେ ନିଆଁ ଲାଗି ନାହିଁ। କାରଣ ଅଗ୍ନିକାଣ୍ଡର ଚିହ୍ନଟ କେଉଁଠି ବି ନାହିଁ। ତୁଷାରପାତ ଏବଂ ଘନ କୁହୁଡି ଯୋଗୁ ବିମାନଟି ପାହାଡ ସହ ଧକ୍କା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Share this…
Share on Facebook

Facebook