ଅରୁପା ହସ୍ତଶିଳ୍ପ ପ୍ରଦର୍ଶନୀ ରେ ଅଘଟଣ , ଯୁବ ବ୍ୟବସାୟୀ ମୃତ୍ୟୁ

ଭଞ୍ଜନଗର- ଭଞ୍ଜନଗର ବଳଭଦ୍ର କୃଷକ ବଜାରରେ ଦୀର୍ଘଦିନ ଧରି ଚାଲିଥିବା ଅରୁପା ଅନ୍ତର୍ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀ ଙ୍କ ଚିକିତ୍ସା ଧୀନ ଅଵସ୍ଥାରେ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଷ୍ଟଲ ବନ୍ଦ କରିବା ସମୟରେ ବିଦ୍ୟୁତ ଆଘାତ ପାଇ ଏସ୍ ଶିବା ନାମକ ଜଣେ ଯୁବ ବ୍ୟବସାୟୀ ହଠାତ ଟଳି ପଡ଼ିଥିଲେ ।

ଏହା ଦେଖି ଅନ୍ୟ ବ୍ୟବସାୟୀ ମାନେ ଏକ ଅଟୋ ସାହାଯ୍ୟରେ ନିକଟସ୍ଥ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଏହା ସହଯୋଗୀ ବ୍ୟବସାୟୀ ପ୍ରକାଶ କରିଛନ୍ତି । ମୃତ ବ୍ୟବସାୟୀ ଜଣକ ଭୁବନେଶ୍ୱର ୟୁନିଟ 3 ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଅରୁପା ପରିଚାଳକ ଙ୍କ କହିବା ପ୍ରକାରେ ସିଡିରୁ ପଡିଯିବା ପରେ ତାଙ୍କୁ ମେଡିକାଲ ପଠାଯାଇଛି ।

ପରିଚାଳକ ଙ୍କ ଏପରି ବକ୍ତବ୍ୟକୁ ନେଇ ଅନ୍ୟ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ ପାଇଛି । ଅରୁପା ପକ୍ଷରୁ ଘଟଣାକୁ ଚାପି ଦେବାକୁ ଯଥାସାଧ୍ୟ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେଲା ଏଠାରେ ପ୍ରଦର୍ଶନୀ ଚାଲିଥିବା ବେଳେ ପ୍ରାୟ 70 ବ୍ୟବସାୟୀ ନିଜର ଷ୍ଟଲ ପକାଇଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଅଞ୍ଚଳର ଲୋକଙ୍କ ଭିଡ଼ ଏଠି ଜମୁଥିଲେ ମଧ୍ୟ ଦୃଘଟଣା କୁ ମୁକାବିଲା କରିବା ପାଇଁ କୌଣସି ଆବଶ୍ୟକିୟ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି।

Reporter_Nachiketa pradhan_bhanjangar_ganjam

Share this…
Share on Facebook

Facebook