ଗରିପୁର ଗାଁରେ ଜୋରରେ ପଡି ଶିଶୁ ମୃତ୍ୟୁ

ଚାନ୍ଦବାଲି ଥାନା ଅର୍ନ୍ତଗତ ଭୂଇଁବୃତ୍ତି ପଂଚାୟତ ଗରିପୁର ଗାଁରେ ଆଜି ପ୍ରାୟ 1 ଟା ସମୟରେ ଜଣେ ଶିଶୁ ସୁଇସ ଗେଟ ନିକଟରେ ଥିବା ଏକ ଜୋରରେ ପଡି ସଂଜ୍ଞାହୀନ ହୋଇ ପଡ଼ିଥିଲେ l ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତୀ କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତ ଶିଶୁ ଜଣକ ହେଉଛନ୍ତି ଶ୍ୟାମ ସୁନ୍ଦର ଦାସଙ୍କ ପୁଅ ଶ୍ରବଣ ଦାସ l ଶ୍ରବଣ ଗାଁ ନିକଟରେ ତାର ସାଥି ମାନଙ୍କ ସହ ବଲ ଖେଳୁଥିବା ବେଳେ ବଲଟି ଜୋରେ ପଡି ଯାଇଥିଲା, ଜୋର ମଧ୍ୟ୍ୟରୁ ବଲଟିକୁ ଆଣିବା ସମୟରେ ଶ୍ରବଣ ପାଣିରେ ବୁଡି ଯାଇଥିଲା l

Share this…
Share on Facebook

Facebook