ଅସହାୟ ଭାଇଭଉଣୀଙ୍କ ଠିକଣା ପାଲଟିଛି କ୍ଲବଘର

ଭାଗ୍ୟ କେତେବେଳେ କାହାକୁ ଦାଣ୍ଡର ଭିକାରୀ କରି ଦେଉଛି ତୋ ପୁଣି କାହାକୁ ରାଜା ବନାଇ ଦେଉଛି। ଯେତେବେଳେ ଦଇବ ଦୁଃଖ ଦେବ କହିବ କାହାକୁ ବୁଝିବ କିଏ। ବାପାମାଆଙ୍କ ଅବର୍ତ୍ତମାନରେ ସାନଭାଇ ଭଉଣୀଙ୍କ ପେଟକୁ ଦାନା,ମୁଣ୍ଡକୁ ଛାତ ଯୋଗାଇ ଦେବା ପାଇଁ କାନ୍ଧ ଦେଖାଇଥିଲା ବଡ଼ଭାଇ।ହେଲେ ପୋଡ଼ାକପାଳକୁ ଝାଟିମାଟିରେ ତିଆରି ଘରେ ଲାଗିଗଲା ନିଆଁ ନିମିଷେ ପୋଡି ପାଉଁଶ। ଗାଁ ସାହିଭାଇ ମାନବିକତା ଦେଖାଇ କ୍ଳବ ଘରେ ଆଶ୍ରୟ ନେବାର ସୁଯୋଗ ଦେଲେ। କିନ୍ତୁ ବାଟବଣା ପ୍ରଶାସନିକ ସହାୟତା ପହଞ୍ଚି ପାରୁନଥିବା କ୍ଷୋଭର ବିଷୟ ବୋଲି ଅଭିଯୋଗ ହେଉଛି। ପ୍ରଶାସନିକ ସ୍ତରରେ ଥଇଥାନ ହୋଇ ପାରିନଥିବା ଦେଖିବାକୁ ମିଳୁଛି। ଏଭଳି ଏକ ସ୍ପର୍ଶକାତର ଘଟଣା ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ବୈଦନାଥ ପଞ୍ଚାୟତର ରୁଞ୍ଜବିନ୍ଧା (ମୁକୁନା) ଗ୍ରାମରୁ ସାମ୍ନାକୁ ଆସିଛି। ଅସହାୟ ନାବାଳକ ଚାରିଭାଇ ଭଉଣୀଙ୍କ ଦୁଃଖ ଏବଂ ଯନ୍ତ୍ରଣା ପିଛା ଛାଡୁନି । ଅସହାୟ ଭାଇ ଭଉଣୀଙ୍କ ପିଛା ଛାଡୁନି ଦୁଃଖ । ଚାରି ଭାଇଭଉଣୀଙ୍କ ଦୁଃଖ କାହାଣୀ ଶୁଣିଲେ ମନରେ କୋହ ଆଖିରୁ ଲୁହ ଝରି ପଡ଼ିବ।

ମୂକୁନା ଗ୍ରାମର ସ୍ବର୍ଗତ ଲେମ୍ବୁ ମୁଣ୍ଡା,ସ୍ତ୍ରୀ ପାର୍ବତୀ ମୁଣ୍ଡା ଏବଂ ଚାରି ସନ୍ତାନକୁନେଇ କଷ୍ଟେମଷ୍ଟେ ଚଳି ଯାଉଥିଲା ତାଙ୍କର ତେଲଲୁଣର ସଂସାର। ଗରିବିର କଷାଘାତ ଥିଲେ ମଧ୍ୟ ଗରିବିକୁ ପାଦରେ ଆଡେଇ ହସଖୁସୀରେ ଜୀବନଯାପନ କରୁଥିଲେ । ଦେଢ଼ବର୍ଷ ହେଲା ଲେମ୍ବୁ ମୁଣ୍ଡା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ଲେମ୍ବୁ ମୁଣ୍ଡା ଚାଲିଗଲା ପରେ ସ୍ତ୍ରୀ ପାର୍ବତୀ ମୂଲମଜୁରୀ ଲାଗି ପିଲାମାନଙ୍କ ଲାଳନପାଳନ କରୁଥିଲେ। କିଛିଦିନ ପରେ ପାର୍ବତୀ ମାନସିକ ଭାରସାମ୍ୟ ହରାଇ ଛଅମାସ ହେଲା କୁଆଡେ ଚାଲିଗଲେ ଯେ ତାଙ୍କର କୌଣସି ଖୋଜଖବର ନାହିଁ।ଏଭଳି ପରିସ୍ଥିତିରେ ବଡ଼ପୁଅ ଗାମ୍ମ ଗୋଟିଏ ଛଟ ଚାଳଘରେ ରହି ତିନିଭାଇ ଭଉଣୀକୁ କାମ ପାଇଟି କରି ଆହାର ଯୋଗାଉଥିଲେ । କିନ୍ତୁ ସେଥିରେ ବି ଦଇବ ଦାଉ ସାଧିଲା ଭଉଣୀ ଆରତୀ ରୋଷେଇ କରୁଥିବା ବେଳେ କେମିତି ଲାଗିଲା ଦେଖୁ ଦେଖୁ ଘରଖଣ୍ଡିକ ନିଆଁରେ ଜଳି ପାଉଁଶ ହୋଇଗଲା । ଘରେ ଥିବା ଧାନଚାଉଳ ଆସବାବ , କାଗଜପତ୍ର ମଧ୍ଯ ପୋଡ଼ିପାଉଁଶ ହୋଇଗଲା ଏମିତି କି ତାଙ୍କର ଶେଷ ସମ୍ବଳ ଏବଂ ଭରସା ରାସନକାର୍ଡ ଖଣ୍ଡିକ ନିଆଁରେ ଜଳିଗଲ। ।
ଆରତୀ ମୁଣ୍ଡା, କ୍ଷତଗ୍ରସ୍ତ ଭଉଣୀ
ଘରେ ନିଆଁ ଲାଗି ଜଳିଯିବା ଖବର ଜାଣି ସାହି ଭାଇ ଅଗ୍ନିଶମ ବିଭାଗକୁ ଖବର ଦେଲେ ଅଗ୍ନିସମ ବିଭାଗ ପହଞ୍ଚିଲେ ସେତେବେଳେକୁ କିଛି ନ ଥିଲା । ସବୁ ଜଳିପାଉଁଶ ହୋଇଯାଇଥିଲା । ଗ୍ରାମବାସୀ ଚାରି ଭାଇଭଉଣୀଙ୍କୁ ସେଠାରୁ ଆଣି ଗାଁ କ୍ଳବ୍ ଘରେ ରହିବାକୁ ଜାଗା ଦେଲେ । ଏବେ ତାଙ୍କ ଠିକଣା ପାଳଟିଯାଇଛି କ୍ଳବଗୃହ । ଏଭଳି ପରିସ୍ଥିତିରେ ଅସହାୟ ନାବାଳକ ଚାରି ଭାଇଭଉଣୀଙ୍କୁ ଥଇଥାନ କରିବା ସାଧାରଣରେ ଦାବି କରିଛନ୍ତି । ଖବରପାଇ ସ୍ଥାନୀୟ ନବନିର୍ବାଚିତ ସରପଞ୍ଚ କିଛି ରାସନ୍ ଏବଂ ବସ୍ତ୍ରର ବ୍ୟବସ୍ଥା କରିଛନ୍ତି ।

ସୁନିଲ ମହାନ୍ତ, ସ୍ଥାନୀୟ ବାସିନ୍ଦା
ଘଟଣା ବିଷୟରେ ଅବଗତ ହେବା ପରେ ରରୁଆଁ ଥାନା ଅଧିକାରୀ ନିଜେ ପିଲାମାନଙ୍କ ପାଖରେ ପହଞ୍ଚି କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି । ତା ସହିତ ପିଲା ମାନଙ୍କୁ ଥଇଥାନ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ଅନ୍ୟପଟେ ଭାଇଭଉଣୀ ଅସହାୟ ଅବସ୍ଥାରେ ରହିବାର ଆଜକୁ 13 ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଥଇଥାନ ହୋଇନପାରିବା ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ତାଙ୍କୁ କେନ୍ଦୁମୁଣ୍ଡିରେ ଥିବା ଓଁକାର ସଂସ୍ଥାରେ ଥଇଥାନ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡୁଥିବାନେଇ ସ୍ଥାନୀୟ ରରୁଆଁ cdopଙ୍କ ସୂତ୍ରରୁ ଜାଣିବାକୁ ମିଳିଛି। ତେବେ ଅସହାୟ ଭାଇଭଉଣୀ ଦୟନୀୟ ଅବସ୍ଥାରେ ଭୋକଉପାସରେ ରହି ଜୀବନଜିଉଁ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀ ଲୋକଙ୍କ ସେବକ ବୋଲି କହୁଥିଲା ବେଳେ ସରକାରୀ କର୍ମଚାରୀମାନେ ତାଙ୍କ ନିକଟରେ ଏପର୍ଯ୍ୟନ୍ତ ପହଞ୍ଚିନପାରିବା ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆହ୍ୱାନ ପାଲଟିଯାଇଛି ବୋଲି ଆଲୋଚନା ହେଉଛି। ଏଭଳି ସ୍ଥିତିରେ ବଦାନ୍ୟବ୍ୟକ୍ତି ଏବଂ ଅନୁଷ୍ଠାନ ଅସହାୟ ନାବାଳକ ଭାଇଭଉଣୀଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ସ୍ୱୟଂ ହସ୍ତକ୍ଷେପ କରି ଥଇଥାନ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଶେଷରେ ଦେଖିବାକୁ ବାକି ରହିଲା ଅସହାୟ ଚାରି ଭାଇଭଉଣୀଙ୍କୁ ପ୍ରଶାସନ କେବେ ଥଇଥାନ କରୁଛି ।

Share this…
Share on Facebook

Facebook