ଗ୍ରାହକଙ୍କୁ ଲୁଟୁଛି ରିଲାଇନ୍ସ ସ୍ମାର୍ଟ ସୁପର ଷ୍ଟୋର ଶୋପିଙ୍ଗ ମଲ

ବାରିପଦା :  ସାବଧାନ!!! ଆପଣ ଶୋପିଙ୍ଗ କରିବା ପାଇଁ ରିଲାଇନ୍ସ ସ୍ମାର୍ଟ ସୁପର ଷ୍ଟୋର ଶୋପିଙ୍ଗ ମଲ ଯାଉଛନ୍ତି କି? ତେବେ ସତର୍କ ରୁହନ୍ତୁ ଓ ଗୋଟି ଗୋଟି କରି ଜିନିଷପତ୍ର ର ବିଲ ଚେକ କରନ୍ତୁ କାହିଁକିନା ଅପଣବି ହୋଇପାରନ୍ତିଆ ଠାକାମୀର ଶିକାର। ଲୋକଙ୍କ କୋଟି କୋଟି ଟଙ୍କା ଠକି ନେଉଛି ରିଲାଇନ୍ସ ଶୋପିଙ୍ଗ ମଲ। ଏପରି ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି ବେତନଟୀ ବ୍ଲକ ଅନ୍ତର୍ଗତ ସଠିଲ ଗ୍ରାମର ଗୁଲସନ ଲେଙ୍କା। ଘରୋଇ ସାମଗ୍ରୀ ନେବାପାଇଁ ଆସିଥିଲେ ବାରିପଦା ସହର ସ୍ଥିତ ଥିବା ରିଲାଇନ୍ସ ଶୋପିଙ୍ଗ ମଲକୁ। ବଡ ବଡ ଅକ୍ଷରରେ ଡିସ୍କାଉଣ୍ଟ ଅଫର ଲେଖି ଗ୍ରାହକଙ୍କୁ ଆକୃଷ୍ଟ କରିବା ବେଳେ ବିଲରେ ଭୁଲ ଅର୍ଥ ଯୋଡି ଲୁଟୁଛନ୍ତି ଗ୍ରାହକଙ୍କୁ। ଗ୍ରାହକ ସାଧାରଣ ଜିନିଷ ସହିତ ଅଫର ଜିନିଷ କିଣି ଟଙ୍କା ଦେବା ବେଳେ ସପିଙ୍ଗ ମୋଟା ଅଙ୍କର ମୂଲ୍ୟ ଯୋଡି ଲୋକଙ୍କୁ ଦିନ ଦ୍ଵି ପହରରେ ଦେଖାଉଛନ୍ତି ହାରକିନ। ଯାହାକୁ ସାଧାରଣ ଲୋକେ ଟଙ୍କା ଦେଇ ଘରକୁ ଆଣିବା ପରେ ଧ୍ୟାନ ଦେଇନଥାନ୍ତି ଏବଂ ମହା ଠକାମୀର ଶିକାର ହୋଇଥାନ୍ତି। ବାରିପଦାର ରିଲାଇନ୍ସ ସ୍ମାର୍ଟ ସୁପର ଷ୍ଟୋର ଶୋପିଙ୍ଗ ମଲରେ ଶିକାର ହୋଇଥିବା ଗ୍ରାହକଙ୍କ ଅଭିଯୋଗ କ୍ରମେ ଗୋଟିଏ ଲୁଣ ପ୍ୟାକେଟ ର ମୂଲ୍ୟ ୨୫ ଟଙ୍କା ହୋଇଥିବା ବେଳେ ଅଫରର ମୂଲ୍ୟ ବଡ ବଡ ଅକ୍ଷରରେ ୨୨ଟଙ୍କା ଦର୍ଶାଯାଇଛି। ତେବେ ବିଲିଙ୍ଗ କରିବାକୁ ଯାଇଥିବା ବେଳେ ରିଲାଇନ୍ସ ଶୋପିଙ୍ଗ ମଲରେ ଗ୍ରାହକଙ୍କ ଠାରୁ ୩୮ଟଙ୍କା ନେଇ ଗ୍ରାହକଙ୍କୁ ଠାକୁଥିବା ଅଭିଯୋଗ କରିଛନ୍ତି। କେବଳ ଯେ ଏତିକିରେ ସାରି ନଥିଲା ଏ ଘଟଣାର ଅଭିଯୋଗ ମ୍ୟାନେ ଏଭଳି ସଙ୍ଗିନ ତ୍ରୁଟିକୁ ମ୍ୟାନେଜର ମନୋଜ କୁମାର ବେହେରା ଙ୍କୁ କହିବାରୁ ସେ ନାଲି ଆଖି ଦେଖାଇବାକୁ ପଛାଇନଥିଲେ। ତେବେ ଅନ୍ୟଜଣେ ମ୍ୟାନେଜର ନିଜର ଭୁଲ ସ୍ୱୀକାର କରିବା ସହିତ ୨୦୦ ଟଙ୍କା ତାଙ୍କୁ ଫାଇନ ସୂତ୍ରରେ ଗୁଲସନ ଙ୍କୁ ଦେଉଥିବା ବେଳେ ତାହା ନେବାକୁ ମନା କରି ଦେଇଥିଲେ। ଏନେଇ ଗ୍ରାହକ ଆଗାମୀ ଦିନରେ ଏଘଟଣା ଥାନାକୁ ଯିବା ସହିତ ଗ୍ରାହକ କୋର୍ଟରେ ମାମଲା ରୁଜ୍ଜୁ କରାଯିବା ନେଇ ଗଣମାଧ୍ୟମକୁ ଜଣାଇଛନ୍ତି। ତେବେ ଏହା ଯେ କେବଳ ଗୋଟିଏ ଜିନିଷର ବିଷୟ ବସ୍ତୁ ତା ନୁହେଁ, ହୁଏତ ଏଭଳି ଅନେକ ସମୟରେ ଅନେକ ଜିନିଷର ଦାମରେ ବଡ ବଡ ଅଫରର ଲୋଭ ଦେଖାଇ ଅନେକ ଗ୍ରାହକଙ୍କୁ ହରିଲୁଟ କରୁଛି ରିଲାଇନ୍ସ ସ୍ମାର୍ଟ ଶୋପିଙ୍ଗ ମଲ। ଏହା ଯେ କେବେଳ ବାରିପଦାରେ ସୀମିତ ତାହା ନୁହେଁ, ଦୁର୍ନୀତିର ଚେର ବିଭିନ୍ନ ଜିଲ୍ଲା ସହିତ ରାଜ୍ୟ ଓ ଦେଶର ବିଭିନ୍ନ ସହରରେ ହେଉଥିବାର ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏଥି ପ୍ରତି ସରକାର ଦୃଷ୍ଟି ଦେଇ ଯାଞ୍ଚ କରି ସମ୍ପୃକ୍ତ ଶୋପିଙ୍ଗ ମଲ ପ୍ରତି କୋଠରରୁ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାହକ ସହ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Share this…
Share on Facebook

Facebook