ଜୁଆ ଆଡ଼ା ଉପରେ ପୋଲିସ ର ଚଢ଼ାଉ 3 ଜୁଆଡ଼ି ଗିରଫ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ଗ୍ରାମର କିଛି ଯୁବକ ଜୁଆ ଖେଳୁଥିବା ର ଖଇରା ଆଇଆଇସି ଗଣେଶ୍ୱର ପ୍ରଧାନ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଅଚାନକ ଚଢ଼ାଉ କରି 3 ଜଣ ଜୁଆଡି କୁ ଗିରଫ କରିବା ସହିତ 1870 ଟଙ୍କା ଓ ତାସ ଜବଦ କରିଛନ୍ତି ।ଗନ୍ଧାଲି ଗ୍ରାମର ମୁନା ମୁଖୀ ,ଶୁଭକାନ୍ତ ମୁଖୀ ଓ ସାରୁଗାଁ ଗ୍ରାମର ନାରାୟଣ ରାଉତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।ଆଇଆଇସି ଗଣେଶ୍ୱର ପ୍ରଧାନ ଏଭଳି ଚଢ଼ାଉ ଏବେ ଖଇରା ଅଞ୍ଚଳ ରେ ଜୁଆଡି ମାନଙ୍କ ଭିତରେ କକୁଆ ଭୟ ଦେଖାଦେଇଛି ।ଖଇରା ପୋଲିସ 140/21 ନଂ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

Share this…
Share on Facebook

Facebook