ଦୁର୍ବୃତ୍ତ ମାନେ ଜାଳି ଦେଲେ ଆଉ ଭାଙ୍ଗିଦେଲେ ୮ କାର୍.

ପାରଳାଖେମୁଣ୍ଡି: ସହର ମଧ୍ୟରେ ଥିବା ଟାଉନ ହଲ ଭିତରେ ଏକ ବେସରକାରୀ ଟ୍ୟାକ୍ସି ଷ୍ଟାଣ୍ଡ ରେ ଅଗ୍ନି କାଣ୍ଡ ଘଟି 5 ଗୋଟି କାର ଜଳି ଯାଇଛି,
ସରକାରୀ ଟାଉନ ହଲ ପରିସର ନିକଟରେ ଥିବା ପ୍ରାୟ 7 ଗୋଟି କାରରେ କେହି ଦୁର୍ବୃତ୍ତ ଏକାସାଙ୍ଗରେ ନିଆଁ ଲଗାଇ ଦେଇଛି। ଫଳରେ ପ୍ରାୟ 5ଟି କାର୍ ଜଳି ପୋଡ଼ି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଏକତ୍ର ଏତେ କାରରେ ନିଆଁ ସହ ଧୂଆଁ ଯୋଗୁଁ ଅଞ୍ଚଳରେ ଭୟଙ୍କର ଦୃଶ୍ୟ ସୃଷ୍ଟି ହୋଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ରାତିରେ ଅନେକ ପରିଶ୍ରମ କରି ନିଆଁ ଲିଭାଇଛନ୍ତିି। ଶାନ୍ତଶିଷ୍ଟ ସହରରେ ଏଭଳି ରାତି ଅଧିଆ କାଣ୍ଡ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

Share this…
Share on Facebook

Facebook