ମୃତକଙ୍କ ଘର ତାଲା ଭାଙ୍ଗି ଲୁଟ୍‌ପାଟ୍ କଲେ ଦୁର୍ବୃତ୍ତ

ଦେଢ ମାସ ପୂର୍ବେ ଘରେ ପଶି କରିଥିଲେ ହତ୍ୟା। ଏବେ ପୁଣି ମୃତକଙ୍କ ଘର ତାଲା ଭାଙ୍ଗି ଲୁଟ୍‌ପାଟ୍ କଲେ ଦୁର୍ବୃତ୍ତ। ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ବାଲିଖଣ୍ଡ ଗ୍ରାମରେ ଏଭଳି ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅପରାଧୀମାନଙ୍କୁ ଖୁବ୍ ଶୀଘ୍ର ଧରିବା ପାଇଁ ସର୍ବସାଧାରଣରେ ଦାବି ହୋଇଛି।ସୁଚନାନୁଯାୟୀ, ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ବାଲିଖଣ୍ଡ ଗ୍ରାମର ଅବସରପ୍ରାପ୍ତ ସଂସ୍କୃତ ପ୍ରଧାନ ପଣ୍ଡିତେ ଆନନ୍ଦ ଚନ୍ଦ୍ର ପତ୍ରୀଙ୍କ ପରିବାର ଉପରେ ଦେଢ ମାସ ପୂର୍ବେ ମରଣାନ୍ତକ ଆକ୍ରମଣ ହୋଇଥିଲା। କେହି ଦୁର୍ବୃତ୍ତ ଘରେ ପଶି ଆନନ୍ଦଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ପରିବାର ଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଆନନ୍ଦଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୁରୁତର ହୋଇଥିଲେ। ତେବେ ଏହି ଘଟଣାକୁ ଦେଢ ମାସ ପୂରିଥିବା ବେଳେ ହତ୍ୟାକାରୀମାନଙ୍କ ଟେର୍ ପାଇନି ପୋଲିସ। ସେପଟେ ପୁଣି ଥରେ ମୃତକଙ୍କ ଘରେ ପଶି ଲୁଟ୍‌ପାଟ୍ କରିଛନ୍ତି ଦୁର୍ବୃତ୍ତ। ଆନ୍ଦଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଘରର ଜିନିଷପତ୍ର ଭଙ୍ଗାରୁଜା କରିବା ସହ ଲୁଟ୍‌ପାଟ୍ କରିଛନ୍ତି। ଆଜି ସକାଳେ ମୃତକଙ୍କ ଶଳା ଏଭଳି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସେପଟେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୁବ୍ ଶୀଘ୍ର ଅପରାଧୀମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ଉଠିଛି। ସୋର

Share this…
Share on Facebook

Facebook