ଡ଼ାକ୍ତରଖାନା କର୍ମଚାରୀଙ୍କ ପାଇଁ ମୃତ୍ୟୁ ସହ ଖେଳୁଛନ୍ତି ଜନସାଧାରଣ।

ମୟୂରଭଞ୍ଜ :- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। କାର୍ଯ୍ୟ ସୂଚାରୁ ରୂପେ ଚାଲିବା ପାଇଁ ସରକାରୀ ଅଧିକାରୀଙ୍କୁ ତାଗିଦ କରୁଥିବା ବେଳେ କିଛି ସରକାରୀ କର୍ମଚାରୀ ଙ୍କ ପାଇଁ ସରକାରଙ୍କ ଉପଟେ ଉଠୁଛି ଆଙ୍ଗୁଳି। ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ପିଆରଏମ ଡାକ୍ତରଖାନାରେ । ଲୋକଙ୍କ ଟଙ୍କାରେ ମୋଟା ଅଙ୍କର ଦରମା ନେଉଛନ୍ତି କିନ୍ତୁ କାର୍ଯ୍ୟ ନାମକୁ ମାତ୍ର କରୁଛନ୍ତି। ପ୍ରଥମେ ଦେଖି ନିଅନ୍ତୁ ଏ କରୁଣ ଚିତ୍ର ଜଣେ ଜୀବନ ସହ ସଂଘର୍ଷ କରୁଥିବା ରୋଗୀ ଡାକ୍ତରଙ୍କ ଅପେକ୍ଷାରେ ଥିବା ବେଳେ କୁନି ଝିଅଟି ତାର ବାପାଙ୍କୁ ଜଗି ରହିଛି। ଡାକିଲେ ମଧ୍ୟ ଆସୁନାହାନ୍ତି ନର୍ସି କିମ୍ବା ଡାକ୍ତର। ଦୀର୍ଘ ୩୦ ମିନିଟ ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ହେଁ ନା ଆସିଲେ ଡାକ୍ତରଙ୍କ ନା କର୍ମଚାରୀ। ସୂଚନାଯୋଗ୍ୟ ବିଜୟ କୁମାର ମହାନ୍ତ ବାଇକରେ ଆସୁଥିବା ସମୟରେ ଏକ ଗାଈ ସହ ଧକ୍କା ହେବା ଫଳରେ ମୁଣ୍ଡରେ ଗଭୀର ଆହତ ହେବା ଯୋଗୁଁ ରକ୍ତସ୍ରାବ ବନ୍ଦ ହେଉ ନଥିଲା। ଏଭଳି ସ୍ଥିତିରେ ତାଙ୍କ ଭାଇ ମୁଣ୍ଡରେ ପଟି ବାନ୍ଧି ହସ୍ପିଟାଲ କୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ବିଡମ୍ବନାର ବିଷୟ ଦୀର୍ଘ ସମୟ ବିତି ଯାଇଥିଲେ ହେଁ ଡାକ୍ତର କିମ୍ବା କର୍ମଚାରୀ ଅନୁପସ୍ଥିତ ଥିଲେ। ଗଣମାଧ୍ୟମ ପ୍ରତିନିଧି ଏ ବିଷୟରେ ଜଣାଇବାରୁ କର୍ମଚାରୀ ଆସି ଆହତଙ୍କୁ ଚିକିତ୍ସା କରିଥିଲେ। ଏହି ହୃଦୟ ବିଦରକ ଦୃଶ୍ୟରୁ ସ୍ପଷ୍ଠ ବାରି ହୋଇ ପଡୁଛି ପିଆରଏମ ହସ୍ପିଟାଲରେ କିପରି ଚାଲିଛି ସ୍ୱାସ୍ଥ୍ୟ ସେବା। ତେବେ ସରକାର ଏପରି କାର୍ଯ୍ୟରେ ଅବହେଳା କରୁଥିବା ଡାକ୍ତର କିମ୍ବା କର୍ମଚାରୀ ଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା। ଲୋକମାନେ କିପରି ସ୍ୱାସ୍ଥ୍ୟ ସେବା ଠିକ ସମୟରେ ପାଇ ପାରିବେ ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବା ଜରୁରୀ ହୋଇ ପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା।

Share this…
Share on Facebook

Facebook