ଭାରତର ବୁକ ଅଫ ରେକର୍ଡର ଅଧିକାରୀ ହେଲେ ଆୟଂଶା ରାଜା ଦାସ :

ପୂର୍ବ ଜନ୍ମର ସଞ୍ଚିତ କର୍ମଫଳ ଦ୍ଵାରା ଦୃର୍ଲଭ ସନ୍ତାନ ଜନ୍ମ ପ୍ରାପ୍ତ ହୋଇଥାଏ ।ଏପରି ଯୋଗଜନ୍ମା ସନ୍ତାନ ପ୍ରାପ୍ତ ହୋଇ ଛନ୍ତି ରାଜଗାଙ୍ଗପୁର ଓସିଏଲ
କାରଖାନାରେ କାର୍ଯ୍ୟରତ ଥିବା ଶ୍ରୀଚନ୍ଦନ ଦାସଙ୍କ ପତ୍ନୀ ଆରତୀ ଦାସଙ୍କ ଔରସରୁ ୧୯/୯/୨୦୧୯ ରେ ଜନ୍ମିତ ଆୟଂଶ ରାଜା ଦାସଙ୍କୁ ଯେତେବେଳେ ବୟସ ଏକ ବର୍ଷ ହେଲା ତାଙ୍କ ମାଆଙ୍କ ପାଖରେ ବୁଲି ମାଙ୍କ ଆଦେଶ ଏବଂ କଥା ସ୍ୱରକୁ  ଅନୁଶରଣ କରି ମନେ ରଖି ଖନେଇ ଖନେଇ କହି ପାରୁଥିଲେ।ମାଆ ବାପା ଉଚ୍ଚ ଶିକ୍ଷିତ ହୋଇ ଥିବା ଯୋଗୁଁ ସନ୍ତାନର ହାବଭାବ ବୁଝିପାରି ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ବିଷୟରେ ଶିକ୍ଷାଦାନ ଉପରେ ଧ୍ୟାନ ଦେଇ ଆସୁଥିଲେ।ପୁତ୍ରର ପାରିଦର୍ଶିତା ଦେଖି ଉତ୍ସାହିତ ହୋଇ ଏକ ବର୍ଷ ଠାରୁ ତା ପ୍ରତି ଧ୍ୟାନ ଦେବାପରେ ଅଢେଇ ବର୍ଷର ସନ୍ତାନକୁ ଭାରତୀୟ ବୁକରେ ସ୍ଥାନର ଅଧିକାର ହାସଲ କରିପାରିଥିଲେ।ବାପ ମା ଅନ ଲାଇନରେ ଆୟଂଶ ପରୀକ୍ଷାଦେଇ ୧୧ଟି କଲର ୧୦ଟି ପୁଷ୍ପ୧୧ଟି ପକ୍ଷୀ ୨୫ଟି ଗାଡି୧୦ଟି ପନିପରିବା ୧୦ଟିଫଳ ୧୫ଟି ଶରୀର ଅଙ୍ଗର ଅଂଶ ଦିନ ମାସ ନାମ ୧ଠାରୁ ୫୦ ଅଙ୍କ ୭ଟି ଜିକେ ଉପରେ ହିନ୍ଧି ଏବଂ ଇଂରାଜୀରେ ଅନର୍ଗଳ କହି ପରିକ୍ଷକଙ୍କୁ ଆଶ୍ଚମ୍ବିତ କରି ଅଢେଇବର୍ଷର ସନ୍ତାନର କରିଷ୍ମାକୁ ଦେଖି ଭାରତ ବୁକରେ ସ୍ଥାନ ଅଳଙ୍କୃତ କରି ଗ୍ରାମରେ ପାଠ ପଢୁ ଥିବା ସ୍କୁଲ ତଥା ରାଜ୍ୟର ନାମ ରୋଷନ କରି ପାରିଛିନ୍ତି। ଡାଲମିଆ ବିଦ୍ୟାମନ୍ଦିର ସ୍କୁଲର ନାମ ଉଚ୍ଚା କରିଥିବା ଯୋଗୁଁ
ସ୍କୁଲର ଅଧକ୍ଷ ଟ୍ରଫି ପ୍ରଦାନ କରି ଥିଲେ ।ଆୟଂଶଙ୍କ ଜେଜେ ମା ଓ ଜେଜେ ବାପା ସେମାନେ ସମାଜ ସେବୀ ଭାବେ ପରିଚିତ ଅଛନ୍ତି।

Share this…
Share on Facebook

Facebook