ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ।

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପିତା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଦେଇଥିବା ଅଶାଳୀନ ମନ୍ତବ୍ୟ କୁ ନେଇ ବିଜେପି ପକ୍ଷରୁ ରାଣୀଗୋଡା ବିଜେପି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ତାଳଚେର ବିଧାୟକ ଙ୍କ ଅଶାଳୀନ ମନ୍ତବ୍ୟ କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ସର୍ବସାଧାରଣ ରେ ଭୁଲ ମାଗିବା ପାଇଁ ବିଜେପି ଦାବି କରିଛି। ପୂର୍ବତନ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ବିଜେପି ଯୁବ ସଭାପତି ସୁଦୀପ୍ତ ସ୍ୱାଇଁ, ବିଜେପି ନେତା, ଯଯାତି ପଟ୍ଟନାୟକ, ସୁଦୀପ ଗଡ଼ନାୟକ , ଦିଲ୍ଲୀପ କୁମାର ପ୍ରଧାନ, ଅମୀୟ ତ୍ରିପାଠୀ, ବିଜୟ ମାଝୀ, ଚନ୍ଦ୍ରକାନ୍ତ ଧଳ, ଚୌଧୁରୀ ପ୍ରଧାନ, ସମୀର ପରିଡା, ନମିତା ଦଳବେହେରା, ବସନ୍ତ ମଞ୍ଜରି ପ୍ରଧାନ, ସୁଜାତା ଦାସ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ।

Share this…
Share on Facebook

Facebook