କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପରିସର ରେ ନିଆଁ | ଜଳିଗଲା ଦୁଇଟି ପୁରୁଣା ଆମ୍ବୁଲାନ୍ସ |

କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପରିସର ରେ ନିଆଁ | ଜଳିଗଲା ଦୁଇଟି ପୁରୁଣା ଆମ୍ବୁଲାନ୍ସ | ସିଡିଏମଓ ଙ୍କ କ୍ୱାର୍ଟର ପଛରେ ଥିଲା ଆମ୍ବୁଲାନ୍ସ |ସୂଚନା ଅନୁଯାୟୀ ଆଜି ଦିବା ୧୧ ଟା ସମୟରେ ମେଡିକାଲ ପଛରୁ ନିଆଁ ଜଳୁଥିବା ର ଦେଖି ରୋଗୀ ତଥା ମେଡିକାଲ ର ସମସ୍ତ ଲୋକେ ଅତର୍କିତ ହୋଇ ପଡ଼ିଥିଲେ | ପ୍ରତକ୍ଷଦର୍ଶୀ ଙ୍କ କହିବା ଅନୁଯାୟୀ ମେଡିକାଲ ପଛରେ ଥିବା ଦୁଇଟି ପୁରୁଣା ଅମୁଲାନ୍ସ ହଠାତ ଜଳୁଥିବା ର ଦେଖିବାକୁ ପାଇଥିଲେ |ତେଵେ ନିଆଁ କେଉଁଠୁ କିପରି ଆସିଲା ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ |ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି | ଯେଉଁଠିକୁ ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଆସିଥାନ୍ତି, ଯଦି ସେଠି ଏଭଳି ଅଘଟଣ ର ସମ୍ମୁଖୀନ ହେବେ, ତେବେ ଏହା ମୁଖ୍ୟ ଚିକିତ୍ସାଳୟ ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ତେବେ ନିଆଁ ର କାରଣ ଅସ୍ପଷ୍ଟ ଥିଲାବେଳେ,ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଣି ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

Share this…
Share on Facebook

Facebook