ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ

ରାଇରଙ୍ଗପୁର : ଅକାଳରେ ଅମୁଲ୍ୟ ଜୀବନ ନଷ୍ଟ ହେଉଛି ।ଦୁର୍ଘଟଣାକୁ ନେଇ ସରକାର ଚିନ୍ତିତ । ଦୁର୍ଘଟଣା କୁ ନେଇ ନେଇ ରାଇରଙ୍ଗପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଏ ଆର ଟି ଓ କେ ଭେଙ୍କଟେସ, ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ‌,ଏମଭିଆଇ ଆଶୁତୋଷ ନାଏକ, ମାଷ୍ଟର ଟ୍ରେନର ସ୍ମୃତି ରଂଜନ ପାଣି ,ମାଷ୍ଟର ଟ୍ରେନର ହଳଧର ବାରିକ, ମାଷ୍ଟର ଟ୍ରେନର ମାନସ ରଂଜନ ବେହେରା,ମାଷ୍ଟର ଟ୍ରେନର ମିତା ହାଁସଦା ପ୍ରମୁଖ ଯୋଗ ଦେଇଥିଲେ । ମୃତ୍ୟୁ ହାରକୁ ଶତକଡା ୨୫ ଭାଗ କମାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟତଃ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତଦକ୍ଷଣାତ୍ ଆଶୁ ଚିକିତ୍ସା(ସୁବର୍ଣ୍ଣ ମୂହୁର୍ତ୍ତ) ଯୋଗାଇଲେ ରୋଗୀଟି ଆପାତତଃ ବଂଚିବା ସମ୍ଭାବନା ହୋଇପାରିବ ! ଏଥିପାଇଁ ପ୍ରାଥମିକ ସେବାକାରୀ ବ୍ୟକ୍ତି ତାଲିମ ପ୍ରାପ୍ତ ହେବା ଉଚିତ । ଏହାକୁ ନେଇ ରାଜ୍ୟରେ ୩୦୦ ମାଷ୍ଟର ଟ୍ରେନର ନିଯୁକ୍ତି ହୋଇଛନ୍ତି । ସେମାନେ ୩୦,୦୦୦ ପ୍ରାଥମିକ ସେବାକାରୀଙ୍କୁ ତାଲିମ ପ୍ରଦାନ କରିବେ ।ଆରଟିଓମାନେ ଦୁର୍ଘଟଣା ପ୍ରବଣ ଅଂଚଳ ଚିହ୍ନଟ କରି ସ୍ଥାନୀୟ ଯୁବକ/ଯୁବତୀଙ୍କୁ ମାଷ୍ଟର ଟ୍ରେନର ଙ୍କ ଦ୍ବାରା ରକ୍ଷକ ତାଲିମ ପ୍ରଦାନ କରିବେ । ଯେଉଁମାନେ ଖବର ପାଇ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିକୁ ଆଶୁ ଚିକିତ୍ସା କରାଇ ନିକଟସ୍ଥ ଡ଼ାକ୍ତରଖାନାରେ ପହଞ୍ଚାଇବା ବ୍ୟବସ୍ଥା କରିବେ ।ସେହି ପ୍ରାଥମିକ ସେବାକାରୀଙ୍କୁ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ମାନେ ବିଭିନ୍ନ ପ୍ରକାରର ତାଲିମ କୌଶଳ‌ ଶିକ୍ଷା ପ୍ରଦର୍ଶନ କରିଥିଲେ । ଗଣମାଧ୍ୟପ୍ରତିନିଧି ବୁଦ୍ଧିଜୀବୀ, ଯୁବ ବର୍ଗ, ସ୍ବେଛାସେବୀ, ବିଭିନ୍ନ ଗାଡି‌ମାଲିକ,ଡ୍ରାଇଭର,ଖଲାସୀ ସମ୍ୟକ ରକ୍ଷକ ତାଲିମ ସଚେତନତା ଉପରେ ଅବଗତ ହୋଇଥିଲେ । ସମସ୍ତେ ତାଲିମ ନେବା ସହ ପଡ଼ୋଶୀ ମାନଙ୍କୁ ମଧ୍ୟ ସଚେତନ କରାଇବା ପାଇଁ ଏଆରଟିଓ କେ ଭେଙ୍କଟେଶ୍ ବକ୍ତବ୍ୟ ରଖିଥିଲେ ।ସେହିଭଳି ଆଇଆଇସି ଅଭୟ ସୁଦର୍ଶନ ବାଗେ‌ କହିଥିଲେ ସରକାରଙ୍କ ପରିବହନ ନିୟମ ପାଳନ କରିବା ସ଼‌ପଳସ଼ପରକୁ ସହାୟତା ,ସହଯୋଗ ଓ ସେବା ଯୋଗାଇଲେ ନିଶ୍ଚିତ ଭାବରେ ମୃତ୍ୟୁ ହାର କମାଇ ପାରିବା । କାର୍ଯ୍ୟକ୍ରମରେ ଲିପୁ,ଟୁଲୁ ,ନନା ଏବଂ ଅନ୍ୟାନ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।MPX TV ODISHA

Share this…
Share on Facebook

Facebook