ବାହାଘର ବେଦୀ ରୁ ଉଠି ପଳାଇଲା କନ୍ଯା , ବାହା ହେବାକୁ ଆସି ହଟହଟା ହେଲା ବର , ଶିଶୁପାଳ ହୋଇ ଫେରିଗଲା ବର , ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା , ବାହାଘର ସମୟ ର ଘଟଣା ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି , ବାହାଘର ସମୟରେ କନ୍ୟା ହାତରୁ ଶଙ୍ଖା ଖୋଲି ଦେବାରୁ ପରିବାର ଲୋକେ ଯୁବତୀ କୁ ମାଡ଼ ମାରୁ ଥିବା ଦୃଶ୍ଯ ଦେଖିବାକୁ ମିଳିଛି , ସୂଚନା ଅନୁସାରେ କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡ଼ା ଅଞ୍ଚଳର ଜନୈକ ଯୁବକ ଙ୍କ ବାହାଘର ବାଲିଆପାଳ ଥାନା ରେମୁ ଗ୍ରାମରେ ଜନୈକା ଯୁବତୀ ଙ୍କ ସହିତ ଠିକ ହୋଇ ଥିଲା, ମାତ୍ର ଯୁବତୀ ଙ୍କ ଅନିଚ୍ଛା ସତ୍ବେ ବାହାଘର ଜୋର ଜବରଦସ୍ତି କରା ଯାଉଥିବାରୁ ଏଭଳି ପରି ସ୍ଥିତି ହୋଇଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି