ପାଣି ପାଇ ପାଣି ଅଧିକାରୀଣି ଅଟକ

କେନ୍ଦ୍ର ଓ ରାଜ୍ୟ ସରକାର ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ କେତେ କଣ ଯୋଜନା ପ୍ରଣୟନ କରୁଛନ୍ତି ,କିନ୍ତୁ କେତେକ କ୍ଷେତ୍ରରେ ଏହାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚିବା ପାରୁ ନଥିବା ପରିଲକ୍ଷିତ ହେଉଛି
ଯୋଜନ ଠାରୁ ବହୁଦୂରରେ ସରକାରଙ୍କ ବିଶୁଦ୍ଧ ପାନୀୟ ଜଳଯୋଗାଣ ଯୋଜନା । ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ କଥା କହୁଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ଏସବୁ ଯୋଜନା ଯୋଜନା ଠାରୁ ବହୁ ଦୂରରେ ରହିଯାଇଛି । ତେବେ ଆମେ କହୁଛୁ….. ମୟୁରଭଞ୍ଜଜିଲ୍ଲା ସାରସକଣାବ୍ଲକ ଅନ୍ତର୍ଗତ ପୋଖରିଆ ଗ୍ରାମ ପଞ୍ଚାୟତ ଜଟିଆଷୋଳ ଗ୍ରାମର ଲୋକଙ୍କ ଜଳ ଯାତନା କଥା । ଏଠାରେ ପ୍ରାୟ ୪୦୦ ରୁ ଅଧିକ ଲୋକ ବସବାସ କରୁଥିବା ବେଳେ କୂଅ ପାଣିକି ଭରସା ,ଯଦିଓ ନଳ କୂପ ଅଛି ସେଥିରେ ଠିକ ଭାବେ ପାଣି ବାହାରୁ ନାହିଁ ବୋଲି କହୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜଟିଆ ଷୋଳ ଗ୍ରାମର ଗ୍ରାମବାସୀ ।ସ୍ବାଧୀନତାର ବହୁ ବର୍ଷ ପରେ ବି ଏପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳର ବିକାଶ ଏଠି ସାତ ସପନ । ବର୍ଷ ବର୍ଷ ଧରି ପାଣି ଟିକିଏ ପାଇଁ ବହୁ କଷ୍ଟରେ ଜୀବନ କାଟୁଛନ୍ତି ଏହି ଗ୍ରାମରେ ବସବାସ କରୁଥିବା ୯୦ ପରିବାର । ବିଭିନ୍ନ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଅଧିକାରୀ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଗୁହାରୀ ଜଣାଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡା କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ପ୍ରକାଶ କହିଛନ୍ତି।ତେବେ ଏହି ଗାଁରେ ବସବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ଏକ ମାତ୍ର ଭରସା ବହୁ ପୁରାତନ କୂଅ । ଆଜକୁ ଦୁଇ ସପ୍ତାହ ହେବ ଜଳ ଯୋଗାଣ ବିଭାଗର ପ୍ରୋଜେକ୍ଟ ଡ଼ାଇରେକ୍ଟର ଅଧିକାରୀଣି ଜଟିଆ ଷୋଳ ଲୋକଙ୍କ ସହିତ ଯୋଗାଯୋଗ କରି ବହୁ ପୁରାତନ କୂଅର ମରାମତି କରି ଦେବୁ କହି କୂଅରେ ଥିବା ପାଣିକୁ ସମ୍ପୂର୍ଣ୍ଣ ଭାବେ ସୁଖେଇ ଦେଇ କୂଅର ଚାନ୍ଦିନୀ କୁ ମରାମତି କରି କୁଆଡେ ଉଭେଇ ଗଲେ ଯେ ଆଉ କାହାକୁ ଦେଖା ମିଳିବା କଷ୍ଟକର । ତେବେ ଗାଁ ଲୋକେ ପାଣି ପାଇଁ ଭିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାରୁ ଗ୍ରାମର ସମସ୍ତ ଲୋକ ରୁଣ୍ଡ ହୋଇ କୂଅ ଭିତରେ ପଡିଥିବା କୁଟା କାଠି ଓ ପୋଙ୍କ ଉଦ୍ଧାର କରୁଥିଲେ । ଠିକ ସେହି ସମୟରେ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ କୂଅ ନିକଟରେ ପହଁଚି ଥିଲେ । କୂଅର ମେଜେରମେଣ୍ଟ କରି ଲକ୍ଷାଧିକ ଟଙ୍କା ବିଲ କରି କଣ୍ଟ୍ରାକ୍ଟର ଓ ଉପ ପ୍ରୋଜେକ୍ଟ ଡ଼ାଇରେକ୍ଟର ଅଧିକାରୀଣି ମୋପା ମୋପି କରିଥାନ୍ତେ । ଗାଁ ଲୋକେ କହିଥିଲେ ସାର ଏ କୂଅ ର ମରାମତି ସରିଗଲା କି? ତେବେ ଯନ୍ତ୍ରୀ କହିଲେ ଆପେଆପେ ହେଇଯିବ ଅପେକ୍ଷା କର । ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ କୋଟା ଘା ରେ ଲୁଣ ଛିଟା ମାରିଲା ପରି ଉତ୍ୟକ୍ତ ହୋଇ ଯନ୍ତ୍ରୀଙ୍କୁ ଅଟକ ରଖି ଥିଲେ ।ତେବେ ଖବର ପାଇ ବାରିପଦା ରୁ ଜଳ ଯୋଗାଣ ବିଭାଗର ଉପପ୍ରୋଜେକ୍ଟ ଡ଼ାଇରେକ୍ଟର ଅଧିକାରିଣୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରିବର୍ତ୍ତେ ନାଲି ଆଖି ସହିତ ପୋଲିସର ଧମକ ଦେଇଥିଲେ । ମୁଁ ଜଣେ ନାରୀ ତୁମକୁ ପୋଲିସରେ ଦେବୀ,କେସ କରିବି , ଯାହା ଫଳରେ ଗ୍ରାମର ମହିଳା ମାନେ ରାଗି ଯାଇ ଆସିଷ୍ଟେଣ୍ଡ ପ୍ରୋଜେକ୍ଟ ଡ଼ାଇରେକ୍ଟର ଅଧିକାରୀଣି ମାଡାମଙ୍କୁ ମଧ୍ୟ ଅଟକ ରଖିଥିଲେ । ତେବେ ଘଟଣା ସ୍ଥଳରେ ପୋଖରିଆ ସରପଞ୍ଚ ପହଞ୍ଚି ଲୋକଙ୍କ ସହିତ ବୁଝାମଣା ପରେ ଅଟକ ଥିବା ଯନ୍ତ୍ରୀ ଓ ଉପରସ୍ତ ଅଧିକାରିଣୀ ଙ୍କୁ ଛାଡିଥିଲେ । ତେବେ ଗ୍ରାମର ଗ୍ରାମ ବାସୀ କହିଛନ୍ତି କି ? ନିର୍ବାଚନ ସମୟରେ ଭୋଟଭିକ୍ଷା କରି ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ନେତାମାନେ ନିର୍ବାଚିତ ହେଲା ପରେ ଭୁଲି ଗଲେ ଆମ ଦୁଃଖ ବୋଲି ଗ୍ରାମବାସୀ କହିଛନ୍ତି।ଏହି ଗ୍ରାମବାସୀ ଙ୍କୁ ଭଲ ପାଣି ଟୋପାଏ ମିଳୁ ନଥିବାରୁ ଦୂଷିତ ପାଣି ହିଁ ସେମାନଙ୍କ ପାଇଁ ଲାଇଫ ଲାଇନ ସାଜିଛି ।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରିବା ସହିତ ଏଭଳି ଅଧିକାରୀ ମାନଙ୍କ କାର୍ଯ୍ୟ ରୁ ନିଲମ୍ବିତ କରାଯାଉ ବୋଲି ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ତେବେ ଦେଖିବାକୁ ବାକିରହିଲା ସ୍ବାଧୀନତାର ମୌଳିକ ଅଧିକାର ଜଣେ ନାଗରିକ ହିସାବରେ କେବେ ମିଳୁଛି ।
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook