ବାଇକ୍ ମୁହାଁମୁହିଁ,ଜଣେ ମୃତ,ଜଣେ ଗୁରୁତର

ମୟୂରଭଞ୍ଜ ଜିଲ୍ଲାର ୨୨୦ ନଂ ରାଜପଥ ପାଲଟିଛି ମରଣଯନ୍ତା ।ହାଟବାଦଡା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଛକ ପାଖରେ ଆଜି ୧୦,୩୦ ଟା ପାଖାପାଖି ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧୋକାରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ ଜାମଦା ବ୍ଲକର ହେସଁଡା ପଞ୍ଚାୟତ ମାଟିଆଳି ଗ୍ରାମର ଗିରିଶ ପାତ୍ର,ଭଣଜା ଗୁରୁପ୍ରସାଦ ପାତ୍ର ଏବଂ ଅନ୍ୟ ଜଣେ ଆରୋହୀ ଦାମୋଦର ପୂର୍ତ୍ତି ରାଇରଙ୍ଗପୁରରୁ ହାଟବାଦଡା ବାଇକରେ ଯାଉଥିବାବେଳେ ସାମନା ପଟୁ ଆସୁଥିବା ବାଦାମ ପାହାଡ ଅଂଚଳର ଶିକ୍ଷକ ପବିତ୍ର ମୋହନ ମହାନ୍ତ ମୁହାଁମୁହିଁ ହେବା ଫଳରେ ଜଣେ ମୃତ,ଜଣେ ଗୁରୁତର ଏବଂ ଛଟ ପିଲାର ଗୋଡ ଭାଙ୍ଗିଥିବା ସୂଚନା ମିଳିଛି । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଛି ।ଶିକ୍ଷକ ପବିତ୍ର ମୋହନ ମହାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗିରିଶ ପାତ୍ରଙ୍କ ଅବସ୍ଥା ଗୁରୁତର ରହିଛି । ବାଇକ ଦୁଇଟିକୁ ହାଟବାଦଡା ପୋଲିସ ଜବତ କରି ତଦନ୍ତ କରୁଛି ।
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook