ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ପାଳିତ

ମୟୁରଭଞ୍ଜ : ବୈଶିଙ୍ଗା ଥାନା ଅଧିନ ଗଡଦେଉଳିଆ ଗ୍ରା.ପ. ଭାନୁପୁର ଏବଂ ଲାଖବିନ୍ଧା ଠାରେ ସାନ୍ତାଳୀ ଭାଷା ଅଲଚିକି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ତମ ଜନ୍ମ ଜୟନ୍ତି ପାଳନ କରାଯାଇଛି | ସୂଚନା ମୁତାବକ ଭାନୁପୁରରେ ଥିବା ସାର୍ନା ଚେଚେଦ୍‌ ଅଲ୍‌ ଇତୁନ ଆଶ୍ଳାରେ ସମ୍ବରାୟ ହେମ୍ବ୍ରମ୍ ଙ୍କ ପୌରାହତ୍ୟରେ ନାୟକେ ଶାକିଲା ମୁର୍ମୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫୋଟରେ ପୂଜାର୍ଚ୍ଚନା କରିଥିବା ବେଳେ ଅଲଚିକି ଶିକକ ଗୌରମୋହନ ମାରାଣ୍ଡି,ଜଗନ୍ନାଥ ହେମ୍ବ୍ରମ୍,କୌଳାସ ଚନ୍ଦ୍ର ମୁର୍ମୁଙ୍କ ସମେତ ଅଲଚିକି ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସେହି ପରି ଲାଖବିନ୍ଧାରେ ଥିବା ବୀରବିର୍ସା ଅଲ୍‌ ଇତୁନ ଆଶ୍ଳା ରେ ମଧ୍ୟ ଚାନା କିସ୍କୁଙ୍କ ପୌରାହିତ୍ୟରେ ଗ୍ରାମର ନାୟକେ ରାମ ମୁର୍ମୁ ପୂଜାର୍ଚ୍ଚନା କରିଥିବା ବେଳେ ଅଲଚିକି ଶିକ୍ଷକ ଭାବେ ନାଗି କିସ୍କୁ,କୁନା ହାଁସଦା,ଶୁକୁଲ ମାଝି,ବୁକାୟ ମାଝିଙ୍କ ସମେତ ଆଶ୍ଳା ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟକୁ ସମାପନ କରିବା ସହିତ ଅପରାହ୍ଣରେ ରେ ସାଂସ୍କୃତିକ ବେଶପୋଷାକରେ ବାଲେ ଦଙ୍ଗ୍‌ ନୃତ୍ଯୁ ହୋଇଥିଲା।

Share this…
Share on Facebook

Facebook