ବାହାରପଟୁ କବାଟଦେଇ ସବୁକିଛି ଲୁଟିନେଲେ

ସାଲେପୁର : ଗତକାଲି ବିଳମ୍ବିତରାତିରେ ଚୋରି। ବାହାରପଟୁ ଚୋରମାନେ କବାଟଦେଇ ସବୁକିଛି ଲୁଟିନେଇ ଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବାଲିସାହି ଗାଁରେ। ବାଲିସାହି ଗ୍ରାମର ଅଧ୍ୟାପକ ପ୍ରସନ୍ନ ମହାପାତ୍ରଙ୍କ କୋଠାଘରୁ ଚୋରମାନେ ନଗଦ 30ହଜାର ଟଙ୍କା ସହ ସୁନାରୁପା ଗହଣା ଗାଣ୍ଠି ଲୁଟିନେଇଥିଲେ।ସୂଚନା ମୁତାବକ ଅଧ୍ୟାପକ ପ୍ରସନ୍ନ ମହାପାତ୍ରଙ୍କ ୩ମହଲାଘର ଛାତ ଉପରବାଟେ ଆସି ପରିବାର ଲୋକଙ୍କୁ ବାହାରପଟୁ କବାଟ ଦେଇ ଗ୍ରାଉଣ୍ଡୁ ଫୋରରୁ ନଗଦ ୩୦ହଜାର ଟଙ୍କା ସହ ସୁନା ରୁପା ଗହଣା ଗାଣ୍ଠି ଲୁଟିନେଇଥିବା ନେଇ ସାଲେପୁର ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। MPX TV ODISHA

Share this…
Share on Facebook

Facebook