କଲିକତାର ହାଓଡ଼ା ବ୍ରିଜ଼, ଲୁଚିଛି ଅନେକ ରହସ୍ୟ…ଯାହା ଆପଣ ଜାଣିବା ପରେ ରହସ୍ୟ ଭିତରେ ରହିଯିବେ

ଯେତେବେଳେ ଆମେ ଇଞ୍ଜିନିୟରିଂ ଅଫିସର ମାନଙ୍କ ବିଷୟରେ କଥା ହେବା ତାହେଲେ ନିଶ୍ଚିତ ଭାବରେ ମନ ଭିତରେ ହାଓଡ଼ା ବ୍ରିଜ୍ କଥା ଆସିଥାଏ। ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କଲିକତା ର ହାଓଡ଼ା ବ୍ରିଜ୍ କେତେ ଲୋକପ୍ରିୟ ଅଟେ। ଅନେକ ଗୁଡ଼ିଏ ଫିଲ୍ମ ରେ ମଧ୍ୟ ଏହି ହାଓଡ଼ା ବ୍ରିଜ୍ କୁ ନିଶ୍ଚିତ ଦେଖିଥିବେ। କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଏହି ବ୍ରିଜ୍ ପଛରେ କଣ କାହାଣୀ ରହିଛି। ତେବେ ଜାଣିବା ହାଓଡ଼ା ବ୍ରିଜ୍ ର ପ୍ରକୃତ ରହସ୍ୟ କଣ ଅଟେ? କଲିକତା ଏବଂ ହାଓଡ଼ା ମଧ୍ୟରେ ଥିବା ହୁଗୁଳି ନଦୀ ରେ କୌଣସି ମଧ୍ୟ ବ୍ରିଜ୍ ନଥିଲା। ନଦୀ ଟି ପାର କରିବା ପାଇଁ ନୌକା କିମ୍ବା ଡଙ୍ଗା ରେ ଲୋକ ମାନେ ଯିବା ଆସିବା କରୁଥିଲେ। ବଙ୍ଗଳା ସରକାର ୧୮୭୧ ମସିହାରେ ଏହି ହାଓଡ଼ା ବ୍ରିଜ୍ ତିଆରି କରିବାର ନିଷ୍ପତ୍ତି ନେଇଥିଲେ।
୧୮୭୪ ମସିହାରେ ନଦୀ କାଠରେ ପୋଲକୁ ତିଆରି କରିଥିଲେ। ୧୮୭୪ ମସିହାରେ ୨୨ ଲକ୍ଷ ଟଙ୍କା ରେ ଏକ କାଠର ପୋଲ ତିଆରି ହୋଇଥିଲା। ସେ ଏହି ପୋଲର ଲମ୍ବା ୧୫୨୮ ଫୁଟ୍ ଉଚ୍ଚତା ଥିଲା। ୧୯୦୬ ମସିହାରେ ହାଓଡ଼ା ରେଲୱେ ଷ୍ଟେସନ ହେବା ଦ୍ଵାରା ଟ୍ରାଫିକ୍ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଆଉ ସେହି ସମୟରେ ମଧ୍ୟ ପ୍ରଥମ ବିଶ୍ୱଯୁଦ୍ଧ ହୋଇ ସାରିଥିଲା। ସେଥିପାଇଁ ଏହି ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା। ଯୁଦ୍ଧ ସରିବା ପରେ ୧୯୯୨ ମସିହାରେ ନୂଆ କମିସନର ଙ୍କ ଦ୍ୱାରା ଏହି ହାଓଡ଼ା ବ୍ରିଜ୍ ର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଗଲା।ଏଥିରେ କମ୍ ପଇସା ଲଗାଇଥିଲେ। ହେଲେ ବ୍ରିଟେନ୍ ଯୋଗୁଁ ଜର୍ମାନୀ କୁ ଏହି ବ୍ରିଜ୍ ର ଟେଣ୍ଡର ମିଳି ନଥିଲା। ଏହି ପୋଲକୁ ତିଆରି କରିବା ପାଇଁ ଅନେକ କମ୍ପାନୀ ଟେଣ୍ଡର ପକାଇଥିଲେ। ହେଲେ ଶେଷରେ ବିବିଜେସି କମ୍ପାନୀ କୁ ଦିଆଯାଇଥିଲା। ଏହି ବ୍ରିଜ୍ କୁ ହାଓଡ଼ା ବ୍ରିଜ୍ କରିବା ପାଇଁ ଟେଣ୍ଡର ପ୍ରଦାନ କରାଯାଇଥିଲା। ଏହି ବ୍ରିଜ୍ ତିଆରି କରିବା ପଛରେ ୨୬ ହଜାର ୫ ଶହ ଟନ୍ ଲୁହା ବ୍ୟବହାର କରାଯାଇଛି। ସେହି ସମୟରେ ଏତେ ସାରା ଲୁହା ମିଳିବା ବହୁତ କଷ୍ଟକର ବ୍ୟାପାର ଥିଲା। ହେଲେ ଏହି ପୋଲ ନିର୍ମାଣ କରିବା ନିହାତି ଆବଶ୍ୟକ ଥିଲା।ହାଓଡ଼ା ବ୍ରିଜ୍ ନିର୍ମାଣ ପାଇଁ ଟାଟା ଷ୍ଟିଲ କମ୍ପାନୀ ରୁ ୨୩ ହଜାର ୧୦ ଶହ ଟନ୍ ଲୁହା ଅଣାଯାଇଥିଲା। ଏହି ଲୁହା ମିଳିବା ପରେ ହାଓଡ଼ା ବ୍ରିଜ୍ ର ଗ୍ରାଫିକ୍ ଡିଜାଇନ୍ କରାଯାଇଥିଲା। ହେଲେ ଇଂରେଜ ମାନେ ଏକ ସର୍ତ୍ତ ରଖିଥିଲେ। ବ୍ରିଜ୍ ଯେଉଁଭଳି ଭାବରେ ତିଆରି କରୁଛ କର ହେଲେ ଏହି ପୋଲର ମଝିରେ କୌଣସି ସ୍ଥାନରେ ଖୁଣ୍ଟ ରହିବ ନାହିଁ।କେବଳ ଏହାର ଦୁଇଟି ଖୁଣ୍ଟ ରହିବ ଗୋଟିଏ ଆରମ୍ଭ ରେ ଆଉ ଗୋଟିଏ ଶେଷରେ। ଯାହାକି ପୋଲ ତଳେ ଯିବା ବୋଟ୍ କୁ କୌଣସି ଅସୁବିଧା ହେବ ନାହିଁ। ଯେତେବେଳେ ହାଓଡ଼ା ବ୍ରିଜ୍ ର ଡିଜାଇନ ତିଆରି କରାଗଲା ସେତେବେଳେ ସେଥିରେ ଦୁଇଟି ଖୁଣ୍ଟ ନିର୍ମାଣ କରିବା ପାଇଁ ଡିଜାଇନ କରାଯାଇଥିଲା। ଏହି ଖୁଣ୍ଟର ଉଚ୍ଚତା ୨୮୦ ଫୁଟ ଥିଲା ବୋଲି ଶୁଣିବାକୁ ମିଳେ । MPX TV ODISHA
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook