ବେଗୁନିଆପଡା:କୋମାରେ ସ୍ୱାସ୍ଥ୍ୟସେବା। ୪ ଡାକ୍ତରଖାନାରେ ଡାକ୍ତର ମରୁଡି। ସବୁ ପାଲଟିଛି ରେଫେରାଲ ହସ୍ପିଟାଲ। ରୋଗୀଙ୍କ ଭରସା ପାଉନି

ବେଗୁନିଆପଡ଼ା:-(୧୩/୦୫/୨୦୨୨)-)-ସ୍ୱାସ୍ଥ୍ୟ ସେବା ରାଜ୍ୟ ପାଇଁ ଏକ ମୌଳିକ ଆବଶ୍ୟକତା ପଲଟିଥିବା ବେଳେ ଗ୍ରାମାଞ୍ଚଳରେ ଏହି ସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଚି l କେଉଁଠି ଡାକ୍ତର ଅଭାବତ ଆଉ କେଉଁଠି କର୍ମଚାରୀ ଅଭାବ, ଆଉ କେଉଁଠି ଆନୁସଙ୍ଗିକ ଵ୍ୟଵସ୍ଥା ନାହିଁ l ଏ ସବୁର ନଜିର୍ ଦେଖିବାକୁ ମିଳିଛି ବେଗୁନିଆପଡ଼ା ବ୍ଲକରେ l ବ୍ଲକର କୋଦଳା ଠାରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ସୁମଣ୍ଡଳ ଠାରେ ଆଉ ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ବେଗୁନିଆପଡ଼ା ଓ ରାହାଡା ଠାରେ ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମିଶାଇ ମୋଟ 4 ଟି ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିଲେ ମଧ୍ୟ ସମସ୍ତ ଡାକ୍ତରଖାନା ଏବେ ରେଫରାଲ ଡାକ୍ତରଖାନା ପାଲଟିଛି l କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ର ରେ 6 ଟି ଡାକ୍ତର ପଦବୀର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ୍ କେବଳ ଜଣେ ମାତ୍ର ଏମ ବି ବି ଏହାର ଦାୟିତ୍ବରେ ରହିବା ସହ ଆୟୁଷ ବିଭାଗ ଡାକ୍ତରଙ୍କ ସହ ମିଶି ଏତେ ବଡ ମେଡିକାଲ ଚାଲିଛି। ଏହି ମେଡିକାଲରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଅସ୍ତ୍ରୋପଚାର ବିଶେଷଜ୍ଞ,ଭେଷଜ ବିଶେଷଜ୍ଞ, ଜଣେ ମେଡିକାଲ ଇନଚାର୍ଜ ପଦବୀ ରହିବା କଥା, କିନ୍ତୁ ଏସବୁର ଅଭାବ ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷଜ୍ଞ ପଦବୀ ନଥିବା ଯୋଗୁଁ ବହୁ ରୋଗୀ ନିରାଶ ହୋଇ ବ୍ରହ୍ମପୁର୍ ସ୍ଥାନାନ୍ତରିତ ହେଉଛନ୍ତି l ବିଗତ ୩ ବର୍ଷ ଭିତରେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ଆଶlତୀତ ଭାବେ କମିଥିବା ବେଳେ ଏଠାରୁ ବହୁ ରୋଗୀ ଠିକ୍ ସେବା ନ ପାଇ ମୁହଁ ଫେରାଉଛନ୍ତି l ସେହିପରି ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମ ବି ବି ଏସ ଡାକ୍ତର ଓ ଆଉ ଜଣେ ଆୟୁଷ ଡାକ୍ତର ନିୟୋଜିତ ହୋଇଥିବା ବେଳେ ଏମ ବି ବି ଏସ ଡାକ୍ତରଙ୍କୁ କୋଦଳାକୁ ଡେପୁଟେସନ ରେ ପଠାଯାଇଛି ଯାହାଫଳରେ ଏହି ମେଡିକାଲରେ ମଧ୍ୟ ରୋଗୀସେବା ବାଧାପ୍ରାପ୍ତ ହେଉଛି l ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ୍ ୨ଜଣ ଡାକ୍ତର ଥିବା ବେଳେ ଜଣେ ଡାକ୍ତରଙ୍କୁ କୋଦଳା ମେଡିକାଲ କୁ ସପ୍ତାହରେ କିଛିଦିନ ପାଇଁ କାମଚଳାଇବା ପାଇଁ ପଠାଯାଇଛି। ସେପଟେ ସୁମଣ୍ଡଳ ମେଡିକାଲ ଇନ ଚାର୍ଜ ଅସ୍ତ୍ରୋପଚାର ବିଶେଷଜ୍ଞ ହୋଇଥିବା ବେଳେ ତାଙ୍କୁ ପଦୋନ୍ନତିରେ ଅଳ୍ପଦିନ ଭିତରେ ବଦଳି କରାଯାଉଥିବା ନେଇ ଚର୍ଚ୍ଚା ଚାଲିଛି। ଏହି ବ୍ଲକର ରାହାଡା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କଥା ନକହିବା ଭଲ। ଏହି ମେଡିକାଲଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଚାଲିଥିବା ବେଳେ ଏଠାରେ ସେମିତି ଆଖି ଦୃଶିଆ ଆନୁସାଙ୍ଗୀକ ବ୍ୟବସ୍ଥା ନାହିଁ l ଏଠାରେ ଜଣେ ଏମ ବି ବି ଏସ ଡାକ୍ତର ଓ ଜଣେ ଆୟୁଷ ବିଭାଗ ଡାକ୍ତର ନିୟୋଜିତ ଥିବା ବେଳେ ଏହି ମେଡିକାଲରେ ସ୍ଥାୟୀ ଡାକ୍ତର ରହୁନଥିବା ସହ ଭଲ ଆଉ ଅଭିଜ୍ଞ ଡାକ୍ତର ବହୁତ ଦିନ ନରହି ଚାଲିଯାଉଛନ୍ତି। ବର୍ତ୍ତମାନ ଜଣେ ବୟସ୍କ ଅବସରପ୍ରାପ୍ତ ଏମ ବି ବି ଏସ ଡାକ୍ତର ଏହି ଦାୟିତ୍ବରେ ରହିଥିବା ବେଳେ ଆୟୁଷ ବିଭାଗର ଡାକ୍ତର ରୋଗୀ ସେବା ନକରି ରାଜନୀତିରେ ବ୍ୟସ୍ତ ରହିବା ସହ ବାହାରେ ମେଡ଼ିସିନ ବିକିବାରେ ଧୁରନ୍ଦର ପାଲଟିଛନ୍ତି।ଖାଲି ସେତିକି ନୁହେଁ ଡାକ୍ତର ଖାନାର କର୍ମଚାରୀଙ୍କୁ ଧମକ ଦେଇ ନିଜେ ସୁରା ପାନ କରି ମାତାଲ ହୋଇ ଚିକିତ୍ସ। କରୁଛନ୍ତି।ତାଙ୍କ ବିଭାଗର ଆୟୁର୍ବେଦ, ଯୋଗ, ଚିକିତ୍ସା ଆଦୌ କରାଯାଉନଥିବା ଜଣାପଡିଛି। ଯାହାଫଳରେ ଏହି ଅଂଚଳ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।ଏପରିକି ବହୁ ରୋଗୀ ଏହି ମେଡିକାଲରେ ଚିକିତ୍ସା ପାଇଁ ନିରାପଦ ମଣୁନାହାନ୍ତି।ମୋଟ ଉପରେ କହିବାକୁ ଗଲେ ଉକ୍ତ ସ୍ବେଛାସେବୀ ଅନୁଷ୍ଠାନ ଏହି ମେଡିକାଲକୁ ଉନ୍ନତ ଢଙ୍ଗରେ ପରିଚାଳିତ କରୁନଥିବା ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ୩ ବର୍ଷ ପୂର୍ବେ କୋଦଳା ରେ ଡାକ୍ତର ନିଯୁକ୍ତି ପାଇଁ ୩ ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ଅଦ୍ୟାବଧି ଏହି ବ୍ଲକ ରେ ଡାକ୍ତର୍ ଅଭାବ ମୁଖ୍ୟ ସମସ୍ୟା ପଲାଟି ଯାଇଛି lଡାକ୍ତର୍ ନିଯୁକ୍ତି ପାଇଁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦାବୀ କରାଯାଉଥିଲେ ବି କୌଣସି ସୁଫଳ ମିଳୁନାହିଁ l ମୋଟ ଉପରେ କହିବାକୁ ଗଲେ ବେଗୁନିଆ ପଡା ବ୍ଲକରେ ବର୍ତ୍ତମାନ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି।ଏପରିକି ପ୍ରତି କ୍ଷେତରେ ସବୁ ମେଡିକାଲ ବର୍ତ୍ତମାନରେଫେରାଲ ହସ୍ପିଟାଲ ପଲଟିଯାଇଛି। ଏଣୁ ରାଜ୍ୟ ସରକାର ତୁରନ୍ତ ଏହି ସବୁ ମେଡିକାଲରେ ପୂର୍ଣ୍ଣ ସଂଖ୍ୟକ ଡାକ୍ତର ନିଯୁକ୍ତି କରିବା ସହ ରାହାଡା ମେଡିକାଲକୁ ସ୍ବେଛାସେବୀ ଅନୁଷ୍ଠାନ ହାତରୁ ଆଣି ସରକାରୀକରଣ କରି ସରକାର ନିଜେ ଚଳାଇବା ନିହାତି ଆବଶ୍ୟକ ହୋଇପଡିଛି। ବର୍ତ୍ତମାନ ସୁମଣ୍ଡଳ ବ୍ୟତୀତ ଅନ୍ୟ ସବୁ ମେଡିକାଲରେ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିବାରୁ ଏହି ସମସ୍ୟା ତୁରନ୍ତ ସମାଧାନ ପାଇଁ ଜନସାଧାରଣ ଦାବୀ କରିଛନ୍ତି l

Share this…
Share on Facebook

Facebook