ଚାନ୍ଦବାଲି ବ୍ଲକ ଯଶୀପୁର ପଂଚାୟତରେ ଡ଼ାକ କର୍ମଚାରୀଙ୍କ ସଂଦେହ ଜନକ ମୃତ୍ୟୁ ।

ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ଜଣେ ଡ଼ାକ କର୍ମଚାରୀଣୀଙ୍କ ସଂଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମୃତ ସହ ପୋଷ୍ଟମାଷ୍ଟର ଜଣକ ହେଉଛନ୍ତି ପିରାହାଟ ଥାନା ଅଧନ ଦୌଲତପୁର ଗାଁର ଅର୍ଚ୍ଚନା ପାଣିଗ୍ରାହୀ , ସେ ଯଶିପୁର ଡାକ କାର୍ଯ୍ୟାଳୟରେ ସହ
ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ସେ ପୋଷ୍ଟ କାର୍ଯ୍ୟାଳୟ ନିକଟରେ ଏକ ଭଡ଼ାଘରେ ରହୁଥିଲେ ହେଲେ ତାଙ୍କର ମୃତ ଦେହ ଆଜି ଝୁଲନ୍ତା ଅବସ୍ତାରେ ଉଦ୍ଧାର କରାଯାଇଛି । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ବ୍ୟଶଡ଼ା ପୋଲିସ ଶବକୁ ଜବଦ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

Share this…
Share on Facebook

Facebook