ଡିଜିଟାଲ ଯୁଗରେ ହଜିବାକୁ ଲାଗିଛି ଟାଇପ୍ ରାଇଟର,

ଭଂଜନଗର : ୨୬ ବର୍ଷ ଧରି ମହେନ୍ଦ୍ରଙ୍କ ଏକ ମାତ୍ର ସାହାରା ପାଲଟିଛି
ଟାଇପ୍ ରାଇଟର ମେସିନ୍ ସହ ସେହି ଟେବୁଲ୍ ଚେୟାର ପାଲଟିଛି ସାଥୀ

ଆଜିର ପରିବର୍ତ୍ତନଶୀଳ ଦୁନିଆ ଡିଜିଟାଲ୍ ଆଡକୁ ମୁହାଁଇଛି। ସମୟସାଧ୍ୟ ଓ ବ୍ୟସ୍ତ ବହୁଳ କାର୍ଯ୍ୟକୁ ଖୁବ୍ ସମୟରେ ହାତ ପାହନ୍ତରେ ପହଞ୍ଚାଇବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ବେଶ ସହାୟକ ହୋଇ ପାରୁଛି। ତଥାପି କିଛି ପୁରୁଣା ଜିନିଷର ଚାହିଦା ଆଜି ମଧ୍ୟ ତାର ସ୍ଥାନ ସଂରକ୍ଷିତ ରଖିପାରିଛି। ଯାହାର ସ୍ପଷ୍ଟ ଉଦାହରଣ ମିଳେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ ହେଉଥିବା ଟାଇପ୍ ରାଇଟର୍ ଯନ୍ତ୍ର। ଦିନେ ହାତ ଲେଖା ବଦଳରେ ସ୍ପଷ୍ଟ ଭାବେ ତଥ୍ୟ ଉତ୍ତାରିବା ପାଇଁ ଟାଇପ୍ ରାଇଟର୍ ଯନ୍ତ୍ର ଏକମାତ୍ର ବିକଳ୍ପ ରହିଥିବା ବେଳେ ବର୍ତ୍ତମାନ କମ୍ପ୍ୟୁଟର ତାର ସ୍ଥାନ ନେଇଛି। ତଥାପି ଟାଇପ୍ ମେସିନ୍କୁ ନିଜ ଜୀବନର ସାହାର କରି ଚାଲିଛନ୍ତି କିଛି ପେଶଗତ ଲେଖକ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୀର୍ଘ ୨୬ ବର୍ଷ ଧରି ଏହି ଜୀବିକାକୁ ଜାବୁଡି ଧରି ଟାଇପ୍ ରାଇଟର୍ ଦ୍ବାରା କାର୍ଯ୍ୟ କରି ନିଆର ହୋଇ ପାରିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଗୌଡିଆ ପଢାଳ ଗ୍ରାମର ମହେନ୍ଦ୍ର ପଟ୍ଟନାୟକ।

୮୦ ଦଶକ ପୂର୍ବରୁ ସରକାକରୀ ଓ ବେସରକାରୀ କାର୍ଯ୍ୟରେ ବିଭିନ୍ନ ପ୍ରକାର ଲେଖଲେଖି ହାତରେ କରାଯାଉଥିଲା। ଏହାପରେ କିଛି ସ୍ଥାନରେ ଟାଇପ୍ ରାଇଟର୍ ମେସିନ୍କୁ ବ୍ୟବହାର କରାଗଲା। ଏଥିପାଇଁ ପୂର୍ବରୁ ପ୍ରଶିକ୍ଷଣ ନେବାକୁ ପଡୁଥିଲା। କୋର୍ଟ କଚେରୀ ଠାରୁ ଆରମ୍ଭ କରି ଜମିବାଡି ବିକ୍ରି ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ସମୟରେ ଟାଇପ୍ ରାଇଟର ଯନ୍ତ୍ରକୁ ବ୍ୟବହାର ହେଲା। କୋର୍ଟ ପରିସରରେ ଟେବୁଲ ଚୌକି ପକାଇ କିଛି ଟାଇପ୍ ରାଇଟର ଯନ୍ତ୍ର ଧରି ବସୁଥିବା ମଧ୍ୟ ଦେଖିବାକୁ ମିଳୁଥିଲା। ଟାଇପ୍ ରାଇଟର୍ ମେସିନ୍ରେ ସମସ୍ତ ପ୍ରକାରର ଅକ୍ଷର ରହୁଥିବା ବେଳେ ସିଧାସଳଖ ଏକ କାଗଜରେ ଟାଇପ୍ କରିବ ସମୟରେ ଲେଖା ହୋଇଯାଉଥିଲା। ଏଥିପାଇ ସାମ୍ନାରେ ଲାଗିଥିବା ଏକ ରିବନ୍ରେ କାଳି ବ୍ୟବହାର ହେଉଥିଲା। ଏଥରେ ଲେଖା ସମୟରେ ହେଉଥିବା ଭୁଲକୁ ସୁଧାର ହୋଇପାରୁନଥିଲା। ଏଥିପାଇଁ କିଛି ଲେଖାକୁ ଦେଖି ଦେଖି କିମ୍ବା ଜଣେ ବ୍ୟକ୍ତି ଟାଇପ୍ ଅପରେଟରଙ୍କ ପାଖରେ ବସି ଡାକିବାକୁ ପଡୁଥିଲା। ବର୍ତ୍ତମାନ କମ୍ପ୍ୟୁଟର ମାଧ୍ୟମରେ ଡିଲଟ୍ ବା ଇରେଜ୍ କରାଯାଇ ପାରିବା ସହ କପି ପେଷ୍ଟ ବ୍ୟବସ୍ଥା ଥିବାରୁ ସ୍ବଳ୍ପ ସମୟରେ ସୁନ୍ଦର ଲେଖା ହୋଇପାରୁଥିବାରୁ ଅଧିକାଂଶ ଟାଇପ୍ ରାଇଟର ବ୍ୟବହାର ପ୍ରତି ବିମୁଖ ହୋଇପଡିଛନ୍ତି।
କିନ୍ତୁ ଦୀର୍ଘ ୧୯୯୬ ମସିହାରୁ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ ଭାବେ ପ୍ରତିଟି ପ୍ରତିକୂଳ ସମୟରେ ମଧ୍ୟ ନିଜର ଟାଇପ୍ ରାଇଟର ଯନ୍ତ୍ରକୁ ସାଙ୍ଗରେ ନେଇ ଚଳି ଆସି ଅଛନ୍ତି ମହେନ୍ଦ୍ର। ସେ ୧୯୯୨ ମସିହାରୁ ଭଞ୍ଜନଗର କଲେଜରୁ ବିଏ ପାସ୍ କରିବା ପରେ ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନରୁ ଟାଇପ୍ ରାଇଟିଂ,ଇଂରାଜୀ ଷ୍ଟେନୋଗ୍ରାଫି ଆଦି ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସେ କୌଣସି ଚାକିରୀ ନପାଇବାରୁ ଏକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଟଇପିଂ ଶିକ୍ଷା ପ୍ରଦାନ କରିଥିଲେ। ଏହାପରେ ୧୯୯୬ ମସିହାରେ ଜଣେ ବନ୍ଧୁଙ୍କ ଠାରୁ ୮ ହଜାର ଟଙ୍କା ଦେଇ ପୁରୁଣା ଟାଇପ୍ ରାଇଟର ମେସିନ୍ କିଣି କୋର୍ଟ ପରିସରରେ ଟାଇପିଂ କାମ ଆରମ୍ଭ କରିଥିଲେ। କୋର୍ଟର ସତ୍ୟପାଠ ଠାରୁ ଆରମ୍ଭ କରି କେସ୍ ସମ୍ବନ୍ଧିୟ ସମସ୍ତ ଦସ୍ତାବିଜ୍ କାର୍ଯ୍ୟ ସେ ନିଜ ଟାଇପ୍ ଯନ୍ତ୍ରରେ କରୁଥିବା କହିଛନ୍ତି। ସେହି ସମୟରେ ପ୍ରାୟ ୩ରୁ ୪ ଜଣ ଟାଇପ୍ କରୁଥିବା ବେଳେ ସେହି ସମୟରେ ଏହା ଏକ ମାତ୍ର ବିକଳ୍ପ ଥିବାରୁ ଚାହିଦା ବହୁତ ରହିଥିଲା। ଦିନକୁ ୪୦୦ ରୁ ୫୦୦ ରୋଜଗାର ମଧ୍ୟ ହେଉଥିଲା। ବର୍ତ୍ତମାନ ଦରଦାମ ମଧ୍ୟ ବଢିଲାଣି। କିନ୍ତୁ ଚାହିଦା କମିଯାଇଥିବାରୁ ରୋଜଗାର ସେହି ୫୦୦ ଟଙ୍କାରେ ସୀମିତ ରହିଥିବା ମହେନ୍ଦ୍ର ପ୍ରକାଶ କରିଛନ୍ତି। ଟାଇପିଂରେ ବ୍ୟବହାର ହେଉଥିବା ପାଇପ୍ ରିବନ୍,କଳା କାଗଜ ସହ କ୍ୟାଟ୍ରେଜ୍ ଆଦି ମିଳୁନଥିବା ବେଳେ ବହୁ ସମସ୍ୟା ଉପଜୁଛି। ପୂର୍ବରୁ ଯନ୍ତ୍ର ଖରାପ ହେଲେ ବ୍ରହ୍ମପୁରରୁ ଜଣେ ମେିକାନିକ୍ ଆସି ସଜାଡୁଥିଲେ। ବର୍ତ୍ତମାନ ସେ ଆସୁନଥିବା ବେଳେ ଯନ୍ତ୍ରାଂଶ ମଧ୍ୟ ମିଳୁନାହିଁ। ଜୀବନ ଅଧିକାଂଶ ସମୟରେ କୋବର୍ଟ ପରିସରରେ ଥିବା ଛୋଟିଆ ଟେବୁଲ୍ ଏବଂ ଚୌକିରେ କଟିଥିବା ବେଳେ ଆଜି ମଧ୍ୟ କମ୍ପ୍ୟୁଟର ଟାଇପ୍ ଠାରୁ ଅଧିକ ବେଗରେ ର୍ନିଭୁଲ ଟାଇପ୍ କରିବାର କ୍ଷମତା ରଖିଥିବା ଦାବି କରିଛନ୍ତି।
ବର୍ତ୍ତମାନ କମ୍ପ୍ୟୁଟର ବ୍ୟବହାର ବଢିଥିଲେ ମଧ୍ୟ ଟାଇପ୍ ରାଇଟର ଚାହିଦା କମ ହୋଇନାହିଁ। କମ୍ପ୍ୟୁଟରରେ ଅଧିକାଂଶ କପି ପେଷ୍ଟ ଲେଖାରେ ଚାଲିଥିବା ବେଳେ ଟାଇପ୍ ରାଇଟର ପାଖରେ ବସି ଲେଖିବା ମଜା ସ୍ବତନ୍ତ୍ର। କମ୍ପ୍ୟୁଟର କେନ୍ଦ୍ରରେ ଭିଡ଼ କିମ୍ବା ବିଦ୍ୟୁତ ବିଚ୍ଛିନ୍ନ ସମୟରେ ସମସ୍ତେ ଟାଇପ୍ ରାଇଟରଙ୍କୁ ଖୋଜନ୍ତି। ତେବେ ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା ପେଶାଗତ ମାନଙ୍କୁ ସରକାର ଚିହ୍ନଟ କରି ସ୍ବତନ୍ତ୍ର ସହାୟତା ପ୍ରଦାନ କରିବାକୁ ଆଇନଜୀବୀ ଖରାଂଶୁ ଶେଖର ଦାଶ ଦାବି କରିଛନ୍ତି. MPX TV Odisha

Share this…
Share on Facebook

Facebook