ସ୍ତ୍ରୀ ଓ ମୃତ ଛୁଆକୁ ଡାହାଣୀ ସନ୍ଦେହରେ ଘରେ ପୁରେଇ ଦେଲାନି ବାପା

ମୟୂରଭଞ୍ଜ ରୁ : ଏବେବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ। ଅନ୍ଧ ବିଶ୍ୱାସ ର ଅନ୍ଧ ଗଳିରେ ଏବେବି ଆଦିବାସୀ ଲୋକେ। ୮ ବର୍ଷର ଶିଶୁ ଅସୁସ୍ଥ ହୋଇ ମୃତ୍ୟୁ ଘଟିଲା ହେଲେ ନିଜ ସ୍ତ୍ରୀ କୁ ଡାହାଣୀ ବୋଲି ସନ୍ଦେହ କରି ଘରେ ପଶିବାକୁ ଦେଲାନାହିଁ ସ୍ୱାମୀ। ରାତି ୨ ଟାରୁ ମୃତ ଛୁଆ କୁ ଧରି ଘର ବାହାରେ ବସିଛି ରହିଛି ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାଉଡ଼ିହା ଗ୍ରାମରେ। ସୂଚନାଯୋଗ୍ୟ କୁଷ୍ଣୁ ତୁବିଦଙ୍କ ସ୍ତ୍ରୀ ରାଇମୁନି ତୁବିଦ ଦୁଇଦିନ ପୂର୍ବରୁ ନିଜ ବାପ ଘର ଦୁଳିପଦା ଲାଦୁସାଇକୁ ନିଜ ପୁଅ ସିରାମ ତୁବିଦ କୁ ନେଇ ବୁଲିବାକୁ ଯାଇଥିଲେ। ଗତକାଲି ରାତିରେ ୮ବର୍ଷର ପୁଅ ଦେହ ଅସୁସ୍ଥ କାରଣରୁ ଉଦଳା ମେଡିକାଲ କୁ ପହଞ୍ଚି ଥିଲେ ହେଲେ ଡାକ୍ତର ସିରାମ ତୁଵିଦ ଙ୍କୁ ମୃତୁ ଘୋଷଣା କରିଥିଲେ। ହେଲେ ପୋଷ୍ଟ ମର୍ଟମ ନକରି ସ୍ୱର୍ଗରଥ ଗାଡି ରେ ଆଠ ଶହ ଟଙ୍କା ଦେଇ ଦେବାନ ବାହାଳି ପହଁଚିଲେ ଗ୍ରାମକୁ। ହେଲେ ରାତିରୁ ବର୍ତମାନ ପର୍ଯ୍ୟନ୍ତ ସ୍ୱାମୀ କୁଷ୍ଣୁ ତୁବୀଦ ସ୍ତ୍ରୀ କୁ ଡାହାଣୀ କହିବା ସହିତ ଛୁଆକୁ ଡାହାଣୀ ହୋଇ ମାରିଛୁ ବୋଲି କହି ଘରେ ପଶାଇ ନଦେବାରୁ ଘର ବାହାରେ ମୃତ ଛୁଆକୁ ଜଗି ବସିଛି ବିଚରା ମାଆ। ସେପଟେ ରାତିରୁ ୧୪ ଘଣ୍ଟା ହେଲା ବିତିଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା। ପରେ ଗାଁର ମୁଖିଆ କୁ ନେଇ ଏକ ବୈଠକ ବସିଛି। ବୈଠକ ପରେ ଯାହା ନିଷ୍ପତି ନିଆଯିବ ତାହାକୁ ସ୍ୱୀକାର କରିବେ ମୃତ ଛୁଆର ବାପା।

MPX TV

Share this…
Share on Facebook

Facebook