ଦୁଃଖିନି ପ୍ରେମିକ କରୁଣ କାହାଣୀ, ଦୁଃଖ ଦେଇଗଲା ଦରଦୀ ବନ୍ଧୁ

ପୁନମ ସୋନା, ବୟସ ବ ୩୦ ର୍ଷ, ପିତା – – ରାମଜୀ ସୋନା, ସେକ୍ଟର-୫, ଥାନା – ସେକ୍ଟର ୬, ସା – ଭିଲାଇ, ଜିଲ୍ଲା – ଦୁର୍ଗ, ଛତିଶଗଡର ବାସିନ୍ଦା ଅଟେ । ପ୍ରକାଶ ଥାଉକି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅନ୍ତର୍ଗତ ଗୋଇଲି ଗ୍ରାମର ପ୍ରିୟ ରଂଜନ ବେହେରା, ପିତା – ନରେନ୍ଦ୍ର ନାଥ ବେହେରାଙ୍କ ସହିତ ୨୦୧୮ ମସିହାରେ ପ୍ରଥମେ ଫେସବୁକରୁ ସମ୍ପର୍କ ସ୍ଥାପନ ହୋଇ ପରେ ଫୋନଯୋଗେ କଥାବାର୍ତ୍ତା ଆରମ୍ଭରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ୨୦୧୯ ମସିହାରେ ସେ ଭିଲାଇକୁ ଆସି ମୋ ସହିତ ଦେଖା ସାକ୍ଷାତ କରିଥିଲେ ଏବଂ ଆମଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ମୋ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ଏବଂ ଆମେ ମୁଦାଲାଙ୍କ ଔରସରୁ ଗର୍ଭବତୀ ହେବାରୁ ତାଙ୍କୁ ବିବାହ କରିବା ପାଇଁ ଦାବୀ କରିବାରୁ ସେ ୨୦୧୯ ଫେବୃୟାରୀ ମାସରେ ମୋତେ ଭିଲାଇର ଏକ ଶିବମନ୍ଦିରରେ ହିନ୍ଦୁ ରୀତି ଅନୁସାରେ ବିବାହ ହୋଇଥିଲା । ବିବାହ ପରେ ମୁଁ ଆମ୍ଭ ଘର ଭିଲାଇରେ ରହୁଥିଲି କାରଣ ମୋର ପିତା ଜଣେ ପାରାଲିସିସ ରୋଗୀ ତେଣୁ ତାଙ୍କର ଦେଖାଶୁଣା କରିବା ପାଇଁ ଆମ ଘରେ ଅନ୍ୟ କେହି ନ ଥିବାରୁ ମୁଁ ତାଙ୍କର ଦେଖାଶୁଣା କରୁଥିଲି । ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ଆମ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ଥିଲା। ମୁଦାଲା ଆମ ଭିଲାଇ ଘରକୁ ଆସି ରୁହନ୍ତି ଏବଂ ପୁଣି ନିଜ ଘର ଯଶୀପୁରକୁ ପଳାଇ ଆସନ୍ତା ଗତ ଜୁନ ୨୦୨୧ ମସିହାରୁ ମୁଁ ମୋ ସାମୀଙ୍କୁ ଫୋନ କରିବାରୁ ସେ ମୋ ଫୋନକୁ ରିସିଭ କଲେ ନାହିଁ କି ମୋ ସହିତ ଆଉ ଦେଖାସାକ୍ଷାତ କଲେ ନାହିଁ । ତେଣୁ ମୁଁ ବାଧ୍ୟ ହୋଇ ମୋ ମାମୁଁ ପୁଅ ଭାଇଙ୍କ ସହିତ ଭିଲାଇରୁ ତାଙ୍କ ଘର ଯଶୀପୁରକୁ ଆସିଥିଲି ଏବଂ ଦେଖିଲି ମୁଦାଲା ତାଙ୍କ ଘରେ ନାହିଁ ଏବଂ ତାଙ୍କ ପିତାମାତା ମୋତେ ପିଲା ଘରେ ନ ଥିବାର ଦର୍ଶାଇ ମୋତେ ତାଙ୍କ ଘରେ ରଖୁବା ପାଇଁ ମନା କଲେ ଏବଂ ଭିଲାଇ ଫେରି ଯିବା ପାଇଁ କହିଥିଲେ ପୁନର୍ବାର ମୁଁ ଗତ ତା. ୮.୧୨.୨୦୨୧ ରିଖରେ ପୁର୍ନବାର ଭିଲାଇରୁ ଆସି ମୁଦାଲାଙ୍କ ଘରେ ପହଞ୍ଚିଲି | ପହଞ୍ଚିବା ପରେ ମୁଦାଲାଙ୍କ ସହିତ ସାକ୍ଷାତ କରି ତାଙ୍କ ଘରେ ରହିବା ପାଇଁ ଜିଦ ଧରିବାରୁ ସେ ମୋତେ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଲେ ଏବଂ ତାଙ୍କ ପରିବାରର ସଦସ୍ୟମାନେ ପିତା, ମାତା, ଭାଇ, ଭଉଣୀ ମିଶି ମୋତେ ମୋର ଚୁଟି ଗୁଛା ଧରି ବିଧା, ଗୋଇଠା ମାରି ଘୋଷାରି ଘୋଷାରି ଆଣି ତାଙ୍କ ଘରୁ ବାହାର କରି ରାସ୍ତାରେ ଛାଡି ଦେଇଗଲେ । ଏଣୁ ଆମେ କୌଣସି ଉପାୟ ନ ପାଇ ଉକ୍ତ ଦିନ ଘଟଣା ବିଷୟରେ ଯଶୀପୁର ଥାନାରେ ମୁଦାଲାମାନଙ୍କ ବିରୁଦ୍ଧରେ ଏକ ଲିଖତ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲି । ଯାହାକି ଯଶୀପୁର ଥାନା କେସ ନଂ ୨୭୨ ତା. ୮.୧୨, ୨୦୨୧ ଦରଜ ହୋଇଅଛି ଏବଂ ଉକ୍ତ କେସଟି ବର୍ତ୍ତମାନ ସୁଦ୍ଧା ଯଶୀପୁର ଥାନାବାବୁଙ୍କ ତଦନ୍ତୀ ଅଧନ ଅଟେ ।

Share this…
Share on Facebook

Facebook