ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ବାମିକୁ ଆଜିବନ କାରାଦଣ୍ଡ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ସ୍ତ୍ରୀ ହତ୍ୟାକରି ସ୍ୱାମୀ କୁ ଆଜିବନ କାରାଦଣ୍ଡ ଶୁଣାଇଲେ ବିଚାରପତି । ଦିର୍ଘ ୫ ବର୍ଷ ପରେ ମିଳିଲା ନ୍ୟାୟ। ଗତ ୨୦୧୭ ମସିହାରେ ପରଜଙ୍ଗ ଥାନା ଚାନ୍ଦପୁର ଗ୍ରାମରେ ସ୍ତ୍ରୀକୁ ସ୍ବାମି ଇଟାରେ ଛେଚି ହତ୍ୟା କରିଥିଲା। ପୁଅର ଏତେଲାକୁ ଆଧାର କରି ତତ୍କାଳିନ ଥାନା ଅଧିକାରି ସ୍ବାମି ଗୌତମ ନାଏକଙ୍କୁ ଗିରଫ କରିଥିଲା
। ସେହିଦିନଠାରୁ ବିଚାରବିଭାଗିୟ କଏଦି ଭାବେ ଜେଲରେ ଥିଲା। ଆଜି ତାର ରାଏ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ସତ୍ୟନାରାୟଣ ପାତ୍ର ଉପଯୁକ୍ତ ସାକ୍ଷି ଓ ପ୍ରମାଣକୁ ଆଧାର କରି ମୁଦାଲା ଗୌତମ ନାଏକକୁ ୩୦୨ ଦଫାରେ ଆଜିବନ କାରାଦଣ୍ଡରେ ଜେଲକୁ ପଠାଇଛନ୍ତି। ଏବଂ ୧ ଲକ୍ଷ ଟଙ୍କ ଅର୍ଥଦଣ୍ଡ ଜୋରିମାନା କରିଛନ୍ତି। ୧ ଲକ୍ଷ ଟଙ୍କା ଜୋରିମାନା ଅନାଦେୟ ଆଉ ଏକବର୍ଷ ଅଧିକ ଜେଲ ଭୋଗିବାକୁ ରାୟ ସୁଣାଇଛନ୍ତି ମାନ୍ୟବର ବିଚାରପତି। ଏହ କେସରେ ସରକାରି ଓକଲ ଭବେ ଦେବରାଜ ବେହେରା କେସକୁ ପରିଚାଳନା କରିଥିଲେ।

Share this…
Share on Facebook

Facebook