ବିବାହ ବନ୍ଧନରେ ବାନ୍ଧି ହେଲେ ମୁକ ପ୍ରେମୀ ଯୁଗଳ

ହରିଚନ୍ଦନପୁର- ପ୍ରେମ ଶାଶ୍ବତ ଅନୁଭବ । ଦୁଇଟି ଅକ୍ଷରର ଏହି ଶବ୍ଦ ଦୁଇଟି ଭିନ୍ନ ମଣିଷକୁ କରିଦିଏ ଏକାଠି । ପ୍ରେମରେ ନା ଥାଏ କୌଣସି ବାଧାବିଘ୍ନ ନା ଥାଏ କୌଣସି ବନ୍ଧବାଡ । ସେମାନେ କଥା କହି ପରାନ୍ତିନି ପ୍ରେମ ପାଇଁ ଯେ ଭାଷା ଦରକାର ହୁଏନି ତାହା ସମସ୍ତଙ୍କୁ ଜଣା । ଇତିହାସ ଓ ଖଇର ଦୁହିଁଙ୍କୁ ବାକ ଶକ୍ତି ଦେଇ ନାହାନ୍ତି ଭଗବାନ ହେଲେ ଆଖିରେ ଆଖି ମନରେ ମନ ମିଶି ଦୁହେଁ ଦୁହିଁଙ୍କୁ ଭଲ ପାଇଲେ । ଏମିତି ଏକାଠି ହୋଇଛନ୍ତି ପ୍ରେମୀ ଯୁଗଳ । ଠାରରେ ଠାରରେ ଭଲ ପାଇବା ଆଜି ପାଇଛି ବିବାହର ଶିକୃତି । ଏମିତି ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ।

ଗ୍ରାମର ଡାକ୍ତର ମହାନ୍ତଙ୍କ ସୁପୁତ୍ରୀ ଖଇର ଏବଂ ମୟୂରଭଞ୍ଜ ଜିଲ୍ଲା ଫୁଲକମ୍ପା ଗ୍ରାମର ବିଶ୍ୱାମିତ୍ର ନାୟକଙ୍କ ବଡ଼ପୁଅ ଇତିହାସ । ଉଭୟ ଜନ୍ମରୁ ମୂକ। କେନ୍ଦୁଝରସ୍ଥିତ ମୂକ ବଧିର ସ୍କୁଲରେ ପଢୁଥିବା ସମୟରେ ଖଇର ଏବଂ ଇତିହାସ ଉଭୟ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । କ୍ରମେ ହ୍ୱାଟସ୍ପଆପ ଭିଡିଓ କଲିଂରେ ଠାରରେ ଠାରରେ ଭାବ ଆଦାନପ୍ରଦାନ ପୂର୍ବକ ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅଲଗା ଅଲଗା ଜାତିର ହୋଇଥିଲେ ମଧ୍ୟ ଉଭୟଙ୍କୁ ବିବାହ କରେଇବାକୁ ନିଷ୍ପତ୍ତି ନେଇ ବିବାହ ପ୍ରକ୍ରିୟା ଆରମ୍ଭ କରିଥିଲେ ପରିବାର ଲୋକ । ପରେ ବୈଦିକ ରୀତିରେ ବେଦୀ ଉପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।ରିପୋର୍ଟ- ପରେଶ କୁମାର ସେଠୀ, ହରିଚନ୍ଦନପୁର

Share this…
Share on Facebook

Facebook