ଧରମ ଝିଅ କରି ଘରେ ରଖିଲା; ଗର୍ଭବତ୍ତୀ କରି ଛାଡ଼ିଦେଲା

କେନ୍ଦ୍ରାପଡ଼ା, ଗରିବ ପରିବାରର ଜଣେ ନାବାଳିକାଙ୍କୁ ‘ଭଲ ଖାଇବୁ, ଭଲ ପିନ୍ଧିବୁ’ ବୋଲି କହି ଚାକିରିର ଲୋଭ ଦେଖାଇଥିଲେ। ପରେ ନାବାଳିକାଙ୍କୁ କଟକରେ ନେଇ ଜଣେ ଲୋକ ପାଖରେ ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା ଦଲାଲ । ନାବାଳିକାଙ୍କୁ କିଣି ନେଇଥିବା ତାଙ୍କ ବାପା ବୟସର ଲୋକଙ୍କ ଦ୍ୱାରା ବାରମ୍ବାର ବଳାତ୍କାରର ଶିକାର ହୋଇଥିଲେ ନାବାଳିକା। ଏବେ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେବା ଘଟଣା ସାମନାକୁ ଆସିଛି। ସମ୍ପୃକ୍ତ ନାବାଳିକାଙ୍କ ପରିବାର ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣାକୁ ନେଇ ନିକିରାଇ ଥାନା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ସମୟରେ ଚରପଡ଼ା ବାଉରୀ ସାହିର ଅରବିନ୍ଦ ଦାସ ଓରଫ ରେବନ ତାଙ୍କ ଅସହାୟତାର ସୁଯୋଗ ନେଇଥିଲା। ପୀଡ଼ିତାଙ୍କ ଘର ପହଞ୍ଚି ତାଙ୍କ ମା’ଙ୍କୁ ଝିଅକୁ କାମ ଯୋଗାଇଦେବ ବୋଲି କହିଥିଲା । ଚାକିରି ଜାଗାରେ ସେ ଆରାମରେ ଝିଅ ରହିବ । ମାସକୁ ମାସ ତାଙ୍କୁ ଭଲ ବେତନ ମିଳିବ ବୋଲି ପ୍ରଲୋଭିତ କରିଥିଲା।

ପରେ ନାବାଳିକାଙ୍କୁ ନେଇ କଟକ ଜିଲ୍ଲା ଜଗତପୁର ଥାନା ଅଧୀନ ଫୁଲପୋଖରୀ ଗ୍ରାମର ପ୍ରମୋଦ କୁମାର ନାୟକଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା। ପ୍ରମୋଦଙ୍କ ଘରେ ରହି ସେ କାମ କରିବ ବୋଲି ରେବନ ପୀଡ଼ିତାଙ୍କୁ କହିଥିଲା। ହେଲେ ବାପା ବୟସର ପ୍ରମୋଦ ପୀଡ଼ିତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ଯେତେ କାକୁତିମିନତି ହୋଇ କହିଥିଲେ ମଧ୍ୟ ସେ ଆଦୌ ଶୁଣିନଥିଲା । ବାରମ୍ବାର ଶାରୀରିକ ସମ୍ପର୍କ ରଖିବାରୁ ପୀଡ଼ିତା ଗର୍ଭବତୀ ହୋଇଥିଲେ। ଏପ୍ରିଲ ୨୪ ତାରିଖରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ରେବନ ପାଗାର ଏକ ଘରୋଇ ହସ୍ପିଟାଲକୁ ନେଇ ତାଙ୍କର

ମିଳିଥିବା ସୂଚନା ମୁତାବକ, ୧୬ ବର୍ଷିୟା ପୀଡ଼ିତା ପିଲାଟିବେଳୁ ଅଭାବରେ ବଢ଼ି ଆସିଛନ୍ତି । ତାଙ୍କର ଏକ ଛୋଟଭାଇ ଅଛନ୍ତି। ବାପା ମୂଲ ମଜୁରି ଲାଗି ଘର ଚଳାନ୍ତି। କିଛିବର୍ଷ ହେବ କୌଣସି କାରଣରୁ ବାପା ମାନସିକ ଭାରସାମ୍ୟ ହୋଇପଡ଼ିଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ମନ୍ମଥ ରାଉତ

Share this…
Share on Facebook

Facebook