ଆଠମଲ୍ଲିକ ପୋଲିସ ର ଥାର୍ଡ ଡିଗ୍ରୀ

ଆଠମଲ୍ଲିକ; ଛେଳି କିଣା ବିକା ମାମଲାରେ ଅର୍ଥ ଦେଣେ ନେଣ କୁ ନେଇ ବିକ୍ରେତା କୁ ଆଠମଲ୍ଲିକ ଥାନା ରେ ସାଂଘାତିକ ମାଡ଼ ସହ ଥାର୍ଡ ଡିଗ୍ରୀ ଦେଇଥିବା ଆଠମଲ୍ଲିକ ଥାନା ର କଳ୍ପନା ବେହେରା ଓ ସହଯୋଗୀ ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୀଡିତ ପରିବାର ।
ଘଟଣା ଟି କିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଇଲାକାର ଯଦୁପୁର ଗାଁ ର ମଦନ ସାହୁ ପ୍ରାୟ ୧୫ ଦିନ ତଳେ ସେହି ଗାଁ ର ଜଣେ ବ୍ୟକ୍ତି ଙ୍କୁ ପ୍ରାୟ ୨୦ ହଜାର ଟଙ୍କା ରେ ୫ ଟି ଛେଳି ବିକ୍ରି କରିଥିଲେ ।
ତେବେ ଛେଳି କିଣିଥିବା ସେହି ଗାଁ ର ମୋହନ ଜାଲ ଓ ମୁରଲୀ ଜାଲ ଛେଳି ଗୁଡିକ ରୋଗୀନା ଦର୍ଶାଇ କିଛିଦିନ ଛେଳି ରଖିବା ପରେ ପୁଣି ମଦନ ଙ୍କୁ ଫେରସ୍ତ କରି ଟଙ୍କା ଦାବି କରିଥିଲେ । ଏଥିରେ ମଦନ ରାଜି ନ ହେବାରୁ ଉଭୟ ଭାଇ ମୋହନ ଓ ମୁରଲୀ ମଦନ ଙ୍କ ନାଁରେ ଆଠମଲ୍ଲିକ ଥାନାରେ ଏତଲା ଦେଇଥିଲେ । ଏତଲା କୁ ଆଧାର କରି ପୋଲିସ , ମଦନ କୁ ଥାନାକୁ ଆଣି ପଚାରା ଉଚରା ଆଳରେ ନିର୍ଧୁମ ମାଡ଼ ମାରିଥିଲେ ।
ଥାନା ପରିସରରେ ଏସଆଇ କଳ୍ପନା ବେହେରା ଓ ତାଙ୍କ ସହଯୋଗୀ ମଦନ ଙ୍କୁ ଏପରି ମାଡ଼ ମାରିଲେ ଯେ ତାଙ୍କ ଶରୀର ରେ ଦାଗ ସୃଷ୍ଟି ହୋଇଥିଲା । ଖାଲି ସେତିକିରେ ଶାନ୍ତ ପଡିଲା ନାହିଁ ପୋଲିସ,ମଦନ ଛାତିରେ ଚଢି ଟଙ୍କା ଫେରେଇବା ପାଇଁ ତାଗିତ କରିଥିଲେ ।
ପୋଲିସ ର ଅକଥନୀୟ ଅତ୍ୟାଚାର ସହ୍ୟ ନ କରିପାରି ଶେଷରେ ମଦନ ନିଜ ପୁଅ ହାତରେ 10 ହଜାର ଟଙ୍କା ମଗାଇ ପୋଲିସ ଅଧିକାରିଣୀ ଙ୍କୁ ଦେଇଥିବା ମଦନ ଙ୍କ ପୁଅ କହିଛନ୍ତି ।
ସେପଟେ ନିଜ ମାମୁଁ ମଦନ ଙ୍କ ବିଷୟ ରେ ବୁଝିବାକୁ ଥାନା କୁ ଯାଇଥିବା ବେଳେ ମଦନ ଙ୍କ ଭଣଜା ଙ୍କୁ ମଧ୍ୟ ପୋଲିସ ଥାନାରେ ଅଟକ ରଖିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ବିଳମ୍ବିତ ରାତିରେ ପୋଲିସ ମଦନ ଙ୍କୁ ଛାଡି ଥିବା ବେଳେ ପରିବାର ଲୋକେ ମଦନ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଉପକଣ୍ଠ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ ହେବାରୁ ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।
ପୋଲିସ ର ଏଭଳି ଆଚରଣ ବିରୁଦ୍ଧରେ ପୀଡିତ ପରିବାର ସ୍ବର ଉତୋଳନ ସହ ନ୍ୟାୟ ଭିକ୍ଷା କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଅନୁଗୋଳ ଏସ ପି ମହୋଦୟ କେବେ ନ୍ୟାୟ ଦେଉଛନ୍ତି ପୀଡ଼ିତାଙ୍କ ପରିବାର କୁ |

Share this…
Share on Facebook

Facebook