ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟିଲେ ଦୁର୍ବୁତ୍ତ

ପରଜଙ୍ଗ- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର କୁଲେଇ ଗାଁ ଜିଏମ(GM) ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟ ସମ୍ମୁଖରେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ତାଙ୍କ ଠାରୁ ଏକ ୟୁନିକର୍ଣ୍ଣ ବାଇକ ,ଏଟିଏମ କାର୍ଡ, ମୋବାଇଲ ଫୋନ ଓ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଗୁରୁତର ଭାବେ ଆହତ ହୋଇଥିବା ବ୍ୟବସାୟୀ ଜଣଙ୍କ ପରଜଙ୍ଗ ଥାନା କୁଆଳୋ ଗାଁର ଗୋବର୍ଦ୍ଧନ ସାହୁ । ଗୋବର୍ଦ୍ଧନ ଦଦରାଘାଟି ହାଟରୁ ବେପାର ସାରି ବାଇକରେ ଘରକୁ ଫେରୁଥିବା ବେଳେ ଏକ ପଲସରରେ ତିନିଜଣ ଦୁର୍ବୁତ୍ତ ଆସି ତାଙ୍କ ଗାଡି ଅଟକାଇ ଭୁଜାଲିରେ ଆକ୍ରମଣ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

ତେବେ ଗତ କାଲି ମଧ୍ୟ ବସୋଇ ଗାଁର ଜଣେ ଲୁଗା ବେପାରୀଙ୍କ ଠାରୁ ବଡ଼ଜୋରା-ବସୋଇ ରାସ୍ତାରେ ଦୁର୍ବୁତ୍ତ ମାନେ ମାଡ଼ ମାରି ଲୁଗାପଟା ସହ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଅଞ୍ଚଳରେ ଦିନକୁ ଦିନ ଲୁଟକରାଜକୁ ନେଇ ଚିନ୍ତାରେ ଅଞ୍ଚଳବାସୀ ।Reporter-ପ୍ରଶାନ୍ତ କୁମାର ସାହୁ, MPX TV .

Share this…
Share on Facebook

Facebook