ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖଣ୍ଡରା ଗାଁ ନିକଟରେ ଅଭାବନୀୟ ଦୃଶ୍ୟ । ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର । ରିପୋର୍ଟ ଅନୁଯାୟୀ ଆଜି ଗଛରେ ଅଣଜା ଏକ ପୁଅ ଝିଅର ମୃତ ଦେହ ଝୁଲୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତେବେ ଗ୍ରାମବାସୀ ହିଞ୍ଜିଳି ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତକ ପରିଚୟ ଅସ୍ପଷ୍ଟ ଥିବା ବେଳେ ପୋଲିସ ଅପମୃତ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡ଼ିଛି । ହିଞ୍ଜିଳିକାଟୁରୁ ହିମାଂଶୁ ବେହେରାଙ୍କ ରିପୋର୍ଟ mpx ନ୍ୟୁଜ୍ ।

Share this…
Share on Facebook

Facebook