ରାସ୍ତା ନିର୍ମାଣରେ ବିଳମ୍ବ;ସଂସାର ଉଜାଡ଼ି ଦେଲା

ସୋର;  ବାଟୋଇ ଠାରୁ ସ୍ଥାନୀୟ ଲୋକ, ଅଗ୍ନିଶମ କର୍ମଚାରୀ ଠାରୁ ପୋଲିସ । ଯିଏ ଯେମିତି ପାରୁଛି କଳ ବଳ ଲଗାଇ ବଂଚାଇବାକୁ ଉଦ୍ୟମ କରୁଛି । କିଏ ଗାଡ଼ିର ଭଙ୍ଗାତୁଟା ଳୁହା ଫାଇବର କୁ ଝିଙ୍କି ପକାଉଛି ତ, କିଏ ଜେସିବି ଲଗାଇ ମରଣ ପାଖରୁ ବଂଚାଇବାକୁ ଉଦ୍ୟମ କରୁଛି । ଏ ଅଭାବନୀୟ ଦୁର୍ଘଟଣାର ଦୃଶ୍ୟ ଆଜି ୧୬ନଂ ଜାତୀୟ ରାଜପଥ ବାହାନଗା ଠାରେ ଘଟିଥିବା ବେଳେ ଖବର କିନ୍ତୁ ସାରା ଅଂଚଳରେ ଶୋକ ସୃଷ୍ଟି କରିଛି । ରାସ୍ତା ନିର୍ମାଣରେ ବିଳମ୍ବ, କର୍ତୃପକ୍ଷଙ୍କ ଖାମଖିଆଲି ନୀତି ପାଇଁ ଏ ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ରିପୋର୍ଟ ମୁତାବକ ବାଲେଶ୍ୱର ଅଭିମୁଖେ ଏକ ସାଗୁ ବୋଝେଇ ଟ୍ରକ ଯାଉଥିବା ବେଳେ ଏକ ବାଲି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ପଛପଟୁ ପିଟିଥିଲା ।

ଘଟଣାସ୍ଥଳରେ ଚାଳକ ଜଣଙ୍କ ଗାଡ଼ିରେ ଚାପି ହୋଇ ମୃତୁ୍ୟ ବରଣ କରିଥିବା ବେଳେ ହେଲପର ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରେ ମୃତ ଶରୀର ରଖି ରାସ୍ତା ଅବରୋଧ କରିଛନ୍ତି । କିଏ ରାସ୍ତାରେ ନିର୍ମାଣରେ ବିଳମ୍ବକୁ ନେଇ ଅଭିଯୋଗ କରୁଛି ତ କିଏ କହୁଛି ବାରମ୍ବାର ଅଭିଯୋଗ ଗୁହାରୀ ପରେ ମଧ୍ୟ ଶୁଣୁନି ବିଭାଗୀୟ କର୍ତୃପକ୍ଷ ।

ଖାସ ଏଇଥି ପାଇଁ ବାରମ୍ବାର ଦୁର୍ଘଟଣା ହେଉଛି ହେଲେ ଧନ ଜୀବନ ଯାଉଛି । ମାତ୍ର ସମସ୍ୟା ଯେଉଁଠି ଥିଲା ସେଇଠି ଅଟଳିଛି । ନାଁ ବାବୁ ଲୋକଙ୍କ ଉପରେ କିଛି ପ୍ରଭାବ ପଡ଼ୁଛି ନାଁ ଯୁନ୍ଧକାଳୀନ ଭିତିରେ ରାସ୍ତା ନିର୍ମାଣ ଶେଷ କରୁଛନ୍ତି । ସାଧାରଣ ମଣିଷ ମରୁଛି, ସଂସାର ଉଜୁଡ଼ୁଛି କିନ୍ତୁ ଆମ ବାବୁ ଲୋକ ବେଫିକର । ଏପରି ଅଭିଯୁକ୍ତ ବାବୁ ଲୋକଙ୍କ ଉପରେ କେବେ ନେବେ ସରକାର କାର୍ଯ୍ୟନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା । ସୋରରୁ ଶରତ ନାଏକ ଙ୍କ ରିପୋର୍ଟ mpx ନ୍ୟୁଜ୍ ।

Share this…
Share on Facebook

Facebook