ଗୋରୁ ବୋଝେଇ ଟ୍ରକ ଅଟକ କଲା ଦେବସେନା

ମୟୂରଭଞ୍ଜର– ଅମାନୁଷିକ ଭାବେ ଗୋ ଚାଲାଣ ହୋଉଥିବା ବେଳେ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳ ଝାରପୋଖରିଆ ଥାନା ନିକଟରେ ଗରୁ ଦେବସେନା ଅଟକ କରି ଝାରପୋଖରିଆ ପୋଲିସକୁ ହସ୍ତାନ୍ତର କରିଛି ! ସୀମାନ୍ତ ବର୍ତୀ ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ସମୁଖ ଦେଇ ଗୋ ମାଫିଆ ମାନେ ପଶ୍ଚିମବଙ୍ଗ ଗୋ ଚାଲାଣ କରି ଆସୁଥିବାବେଳେ ଦେବସେନାର ଓଡ଼ିଶା ଷ୍ଟେଟ ଭାଇସ ପ୍ରେସିଡେଣ୍ଟ ପ୍ରଦୀପ କୁମାର ଦାସ ଓ ବଜରଙ୍ଗ ଦଳର କିଛି ସାଥି ଭୋର ୪.୩୦ ସମୟରେ ବମ୍ବେ ଛକ ଗୋଳେଇ ନିକଟରେ ଗୋଟିଏ ବେଆଇନ ଗୋରୁ ବୋଝେଇ ଚାଲାଣରେ ବ୍ୟବହୃତ OD 19 R 2388 ଟ୍ରକରୁ ୫୦ ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ।

ତେବେ ଝାରପୋଖରିଆ ଥାନା ଅଞ୍ଚଳ ଦେଇ ବିଗତ ବର୍ଷ ବର୍ଷ ଧରି ପ୍ରତ୍ୟେକ ଦିନ ଚଲାପଥ, ପିକଅପ ଯୋଗେ ଓ ସପ୍ତାହର ନିର୍ଦ୍ଦିଷ୍ଟ ଦିନ ଗୁଡ଼ିକରେ ଟ୍ରକ ଓ କଣ୍ଟେନର ଯୋଗେ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗକୁ ଗୋଚାଲାଣ ହେଉଥିଲେ ବି ପୋଲିସ ପ୍ରଶାସନ ପକ୍ଷରୁ ମଝିରେ ମଝିରେ ଆଖି ଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ତେବେ ଆଜି ଦେବସେନା,ବଜରଙ୍ଗ ଦଳ ମିଳିତ ପ୍ରୟାସରେ ଗରୁ ଟ୍ରକକୁ ଜବତ କରି ଝାରପୋଖରିଆ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଜାମସୋଲା ଓ ବମ୍ବେଛକ ବଜାର ନିକଟରୁ ପୋଲିସ ୨ଟି ଗୋରୁ ଗାଡି ଜବଦ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଗୋ ମାଫିଆଙ୍କ ସହ ପୋଲିସର ଏକ ଡିଲ ଚାଲିଥିବା ଓଡ଼ିଓ କୁ ନେଇ ୩ପୋଲିସ କର୍ମଚାରୀ ସସପେଣ୍ଡ ମଧ୍ୟ ହୋଇଛନ୍ତି ।

Share this…
Share on Facebook

Facebook