ସାରସକଣା ବିଡ଼ିଓଙ୍କୁ ତଥ୍ୟ ମାଗିବାରୁ ଫାଟିଲା

ମୟୁରଭଞ୍ଜ-ସୂଚନା ଅଧିକାର ତଥ୍ୟ ପ୍ରଦାନ ପାଇଁ ଆବେଦନ କାରୀଙ୍କୁ ଅଧିକାରୀ ମାଗିଲେ ୧ଲକ୍ଷ୍ୟ ୩୦ହଜାର ଟଙ୍କା।ସୂଚନା ଅଧିକାର ଜଣେ ସାଧାରଣ ଲୋକର ମୌଳିକ ଅଧିକାର କିନ୍ତୁ କିଛି ଦୁର୍ନୀତି ଖୋର ଅଧିକାରୀ ଜନସାଧାରଙ୍କୁ ନିଜର ମୌଳିକ ଅଧିକାରରୁ ବଂଚିତ କରୁଛନ୍ତି।ସେହିପରି ଦୃଶ୍ୟ ଦେଖିବାପାଇଁ ମିଳିଛି ।ମୋରଡ଼ା ବ୍ଲକ ଅଞ୍ଚଳର ସୂଚନା ଅଧିକାର କର୍ମୀ ମହେଶ୍ବର ମାହାନ୍ତି ଗତ ମାସ୩୦/୩/୨୦୨୨ରେ ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପାଇଖାନା ରେ କେତେ ହିତାଧିକାରୀ ଉପକୃତ ହୋଇଛନ୍ତି

ତାହାର ତଥ୍ୟ ମାଗିଥିଲେ।କିନ୍ତୁ ତଥ୍ୟ ବାବଦରେ ଆବେଦନ କାରୀଙ୍କୁ ଅଧିକାରୀ ମାଗିଥିଲେ ୧ଲକ୍ଷ୍ୟ ୩୦ହଜାର ଟଙ୍କା।୩୦ଦିନ ବିତିଗଲାପରେ ଅଧିକାରୀ ଆବେଦନ କାରୀଙ୍କୁ ଟଙ୍କା ମାଗିବା ଯାହା ଆଇନ ବିରୁଦ୍ଧ।ଏଥିରୁ ଜଣା ପଡୁଛି ଦୁର୍ନୀତି ଲୁଚାଇବା ପାଇଁ ତଥ୍ୟ ଦେବାପାଇଁ ଅଧିକାରୀ କୁଣ୍ଠାବୋଧ କରୁଛନ୍ତି।ରିପୋର୍ଟ-ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook